fbpx

ତାଲା ନ ଭାଙ୍ଗି ଜେଲରୁ କଏଦୀ ଫେରାର: ଡେମୋ ଦେଖି ଆପଣଙ୍କର ଉଡିଯିବ ହୋସ

ମହାରାଷ୍ଟ୍ର: ମହାରାଷ୍ଟ୍ରର ପୁଣେ ଜିଲ୍ଳାରେ କଏଦୀ ଫେରାର ମାରିଥିବା ଘଟଣା ସାମନାକୁ ଆସିଛି । କିନ୍ତୁ ଆଶ୍ଚର୍ଯ୍ୟର ଘଟଣା ଥିଲା ଏହା କି ଫେରାର ହେବା ସମୟରେ ନା ଲକଅପ୍ ର ତାଲା ଭଙ୍ଗା ଯାଇଥିଲା ଆଉ ନା ଲୁହାର ଶିକୁଳି କାଟିଥିଲା, କିନ୍ତୁ ଫେରାର ହେବାରେ ସଫଳ ହୋଇଥିଲା କଏଦୀ । ତେବେ କେମିତି ଜେଲରୁ କଏଦୀ ବାହାରିଲା ତାକୁ ନେଇ ପୋଲିସ ଚିନ୍ତାରେ ପଡିଥିଲା । ତେବେ ଚୋରକୁ ପୁଣିଥରେ ଧରିବା ପରେ ଏହାର ଖୁଲାସା ସେ ନିଜେ କରିଛି । ଫେରାର ହେବାର ଉପାୟକୁ ସେ ଡେମୋ ଭାବରେ ପୋଲିସକୁ ଦେଖାଇଛି ଫେରାର କଏଦୀ ।

ଲକଅପ୍ ର ତାଲା ବନ୍ଦ ଥାଇ ସୁଦ୍ଧା କଏଦୀ କିପରି ଫେରାର ହୋଇଥିଲା ତାହା ପୋଲିସର ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । ତେବେ ଚୋର ପୁଣିଥରେ ପୋଲିସ ହାତରେ ଧରା ପଡିବା ପରେ ଏହାର ପର୍ଦ୍ଦାଫାଶ କରିଛି । ଫେରାର ହେବାର ସମସ୍ତ ଉପାୟ ସେ ଡେମୋ ଆକାରରେ ପୋଲିସକୁ ଦେକାଇଛି । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଛି ପୋଲିସ ଡିପାର୍ଟମେଣ୍ଟ । ଲୁହା ଶିକୁଳି ମଝିରେ ଥିବା ଫାଙ୍କ ବାଟ ଦେଇ ବାହାରକୁ ବାହାରି ଆସିଥିଲା କଏଦୀ । ଏହାର ଭିଡିଓ ଅପଲୋଡ ହେବା ପରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାସହ ପୋଲିସ ବିଭାଗକୁ ଚିନ୍ତା କରିବା ପାଇଁ ବାଧ୍ୟ କରି ଦେଇଛି । କେବଳ ସେତିକି ନୁହେଁ, ଜେଲର ଲକଅପ୍ କୁ ଆହୁରି ଶକ୍ତିଶାଳୀ ଏବଂ ପ୍ରଭାବଦାୟୀ କରିବା ପାଇଁ ଚିନ୍ତା କରୁଛି ପ୍ରଶାସନ ।

Get real time updates directly on you device, subscribe now.