fbpx

ସ୍କୁଲରେ ଯୌନ ଉତ୍ପୀଡ଼ନ କରୁଥିଲା ଶିକ୍ଷକ, ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଫାଶୀ ଲଗାଇ କଲେ ଆତ୍ମହତ୍ୟା 

କୋଏମ୍ବଟୁର୍: ତାମିଲନାଡୁର କୋଏମ୍ବଟୁରରେ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ରୀ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି । ଘରେ ବାପାମାଆ ନଥିବା ବେଳେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି । ଏହି ଖବର ପୋଲିସ୍ ପାଇବା ପରେ ଆତ୍ମହତ୍ୟା କରିଥିବା ଯୁବତୀଙ୍କ ରୁମ୍ ରୁ ସୁଇସାଇଡ୍ ନୋଟ୍ ଜବତ କରିଛି । ନୋଟ୍ ରେ ତିନି ଜଣ ଲୋକଙ୍କ ନାଁ ଉଲ୍ଲେଖ ରହିଛି ।

ସୁଚନା ଅନୁସାରେ କୋଏମ୍ବଟୁର୍ ରେ ରହୁଥିବା ଜଣେ ୧୭ ବର୍ଷୀୟ ଛାତ୍ରୀ ଏକ ପ୍ରାଇଭେଟ୍ ସ୍କୁଲରେ ପଢ଼ୁଥିଲେ । ସେ ଖୁବ୍ କମ୍ ଦିନ ସ୍କୁଲ ଗଲା ପରେ ଅଚାନକ ସ୍କୁଲ ଛାଡ଼ିବା କଥା କହିଥିଲା । ଆଉ ସ୍କୁଲରୁ ଟିସି ମଧ୍ୟ ମିଳିସାରିଥିଲା । ଏହାପରେ ଶୁକ୍ରବାର ଦିନ ଛାତ୍ରୀ ଜଣକ ନିଜ ଘରେ ଫାଶୀ ଦେଇଥିବା ଜଣାପଡ଼ିଥିଲା । ତେବେ ମୃତ ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ସ୍କୁଲର ଜଣେ ଶିକ୍ଷକ ତା ସହିତ ଯୌନ ଉତ୍ପୀଡ଼ନ କରୁଥିଲା । ଛାତ୍ରୀ ଜଣକ ଏନେଇ ଅଭିଯୋଗ ମଧ୍ୟ କରିଥିଲେ ।

ମୃତ ଛାତ୍ରୀ ଙ୍କ ବାପା କହିଛନ୍ତି ଯେ, ସ୍କୁଲର ମିଥୁନ ଚକ୍ରବର୍ତ୍ତୀ ନାମକ ଜଣେ ଶିକ୍ଷକଙ୍କ ବିରୋଧରେ କହିଛନ୍ତି ଯେ, ସେ ତାଙ୍କ ଝିଅକୁ ଯୌନ ଉତ୍ପୀଡନ କରୁଥିଲା ଓ ଏହିକଥା ଝିଅ ଖୋଦ୍ ଆସି ତାଙ୍କୁ ଜଣାଇଥିଲା । ପୋଲିସ୍ ଶିକ୍ଷକ ବିରୋଧରେ ଆଇପିସି ଧାରା ୩୦୬ ଓ ପୋକ୍ସୋ ଆକ୍ଟର ଧାରା ୯ଏଲ୍/ଡବ୍ଲୁ ଧାରା ୨୦ ଅଧୀନରେ ମାମଲା ରୁଜୁ କରିଛି । ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ୍ ।

Get real time updates directly on you device, subscribe now.