fbpx

ଭାଙ୍ଗିଯିବ କି କେନ୍ଦ୍ରାପଡା ପୌର ପରିଷଦ, ହୋଟେଲରେ ଚାଲିଛି ଗୁପ୍ତ ବୈଠକ

Advertisement

ଭୁବନେଶ୍ୱର: ଓଡିଶାର ସର୍ବପୁରାତନ ପୌରସଂସ୍ଥା ହେଉଛି କେନ୍ଦ୍ରାପଡା ପୌରପରିଷଦ । ଏହି ପୌରପରିଷଦକୁ ଭାଙ୍ଗି ଦେବା ପାଇଁ ୧୪ କାଉନସିଲର ଗୁପ୍ତ ବୈଠକ କରିଛନ୍ତି। ଗୁପ୍ତ ବୈଠକଟି କେନ୍ଦ୍ରାଡାର ଏକ ହୋଟେଲରେ ସେହି ହୋଟେଲର ମାଲିକଙ୍କ ଭାଇ ମଧ୍ୟ ଜଣେ କାଉନସିଲର ଅଛନ୍ତି ବୋଲି ଜଣାପଡିଛି । । କେନ୍ଦ୍ରାପଡାର ପୌରାଧ୍ୟକ୍ଷ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ପୌର ପରିଷଦକୁ ଭାଙ୍ଗି ଦେବା ପାଇଁ ଏଠାରେ ଏକ ଆଲୋଚନା ହୋଇଥିଲା। ଏହି ଗୁପ୍ତ ବୈଠକର ନେତୃତ୍ୱ ନେଇଥିଲେ ଜଣେ ପୂର୍ବତନ କାଉନସିଲରଙ୍କ ପୁଅ।

ରାଜ୍ୟରେ ବିଜେଡି ସରକାର ଗାଦିଚ୍ୟୁତ ହେବା ପରେ ବିଜେପି ସରକାର କ୍ଷମତାକୁ ଆସିଛି। ତେଣୁ କେନ୍ଦ୍ରାପଡ଼ା ପୌର ପରିଷଦକୁ ଭାଙ୍ଗି ନୂଆ ବୋର୍ଡ ଗଠନ କରିବା ପାଇଁ ଏଠାରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଉପସ୍ଥିତ ଥିବା ଜଣେ କାଉନସିଲର ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନର ପୌରାଧ୍ୟକ୍ଷା କାଉନସିଲରମାନଙ୍କୁ କୌଣସିପ୍ରକାରର ସହଯୋଗ କରୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି । ଯାହାଦ୍ୱାରା ପୌରାଞ୍ଚଳର ବିକାଶରେ ବିଭିନ୍ନ ପ୍ରକାରର ବାଧା ଉପୁଜୁଛି ।

ଏହାସହ ସମସ୍ତ କାର୍ୟ୍ୟରେ ପୌରାଧ୍ୟକ୍ଷଙ୍କ ସ୍ୱାମୀ ହସ୍ତକ୍ଷେପ କରୁଛନ୍ତି। ଏଥିଯୋଗୁଁ କାଉନସିଲରମାନଙ୍କ ସ୍ୱାଧୀନତା ଉପରେ ପ୍ରହାର ହେଉଥିବାର ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି । । ତେଣୁ ପୌର ପରିଷଦକୁ ଭାଙ୍ଗି ନୂଆ ପୌର ପରିଷଦ ଗଠନ କରାଯିବାର ଆବଶ୍ୟକତା ରହିଥିନବା ନେଇ ଆଲୋଚନା ହୋଇଥିବା ସେ ଦୃଢକ୍ତି କରିଛନ୍ତି । କେନ୍ଦ୍ରାପଡାର ପୌର ପରିଷଦ ଭାଙ୍ଗିଗଲେ ପୁନର୍ବାର ନିର୍ବାଚନ ହେବ। ଏହା ଦ୍ୱାରା ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ସେ ବିଜୟୀ କରିବେ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏପରିକି କେନ୍ଦ୍ରମନ୍ତ୍ରୀଙ୍କ ସହ ସେ ଦିଲ୍ଲୀ ଯାଇଥିବା ବୈଠକରେ ଉପସ୍ଥିତ ଜଣେ କାଉନସିଲର ପର୍ଦ୍ଦାଫାସ କରିଛନ୍ତି ।

 

Get real time updates directly on you device, subscribe now.