fbpx

ସାମ୍ନାକୁ ଆସିଲା କୋଲକତା ମହିଳା ଡାକ୍ତରଙ୍କ ହତ୍ୟା ପଛର ଏକ ଚାଞ୍ଚଲ୍ୟକର ଅଡିଓ! ‘ପ୍ରିନ୍ସିପାଲ-ବରିଷ୍ଠ ଡାକ୍ତର ଷଡ଼ଯନ୍ତ୍ରକାରୀ, ଜଣେ ଯୁବତୀ ମଧ୍ୟ ସାମିଲ୍ ଥିଲେ’

ନୂଆଦିଲ୍ଲୀ: କୋଲକତାର ଆର.ଜି କର ମେଡିକାଲ କଲେଜ ଆଣ୍ଡି ହସ୍ପିଟାଲର ପୋଷ୍ଟଗ୍ରାଜୁଏଟ ଟ୍ରେନି ଡାକ୍ତରଙ୍କ ଉତ୍ପୀଡ଼ନ ଓ ହତ୍ୟା ମାମଲାରେ ଆସିଛି ଏକ ବଡ଼ ଅପଡେଟ୍ । ଏହି ମାମଲାରେ ଜଣେ ମହିଳା ଡାକ୍ତର ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ମହିଳା ଡାକ୍ତରଙ୍କ ହତ୍ୟା ପଛର ଏକ ଚାଞ୍ଚଲ୍ୟକର ଅଡିଓ ସାମ୍ନାକୁ ଆସିଛି । ପ୍ରିନ୍ସିପାଲ-ବରିଷ୍ଠ ଡାକ୍ତର ଏହି ମାମଲାରେ ମୁଖ୍ୟ ଯଡ଼ଯନ୍ତ୍ରକାରୀ ବୋଲି ସନ୍ଦେହ କରାଯାଉଛି । ଏଥିସହିତ ଏହି ମାମଲାରେ ଜଣେ ଯୁବତୀ ମଧ୍ୟ ସାମିଲ ଥିବା କୁହାଯାଉଛି ।

ଉକ୍ତ ମହିଳା ଜଣଙ୍କ ଦାବି କରିଛନ୍ତି ଯେ, ଟ୍ରେନିଂ ମହିଳା ଡାକ୍ତରଙ୍କ ସହ ପ୍ରଥମେ ମାରପିଟ୍ କରାଯାଇଥିଲା । ତା’ପରେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା । ଉକ୍ତ ହତ୍ୟାକାଣ୍ଡରେ ଜଣେ ଯୁବତୀ ମଧ୍ୟ ସାମିଲ ଥିଲେ । ଏହି ହତ୍ୟା ଷଡ଼ଯନ୍ତ୍ରରେ କଲେଜର ପ୍ରିନ୍ସିପାଲ, ଜଣେ ବରିଷ୍ଠ ଡାକ୍ତର ଓ ସମ୍ବନ୍ଧିତ ବିଭାଗର ପ୍ରମୁଖ ମଧ୍ୟ ସାମିଲ ଥିଲେ ବୋଲି ସେ କହିଛନ୍ତି । ତେବେ ଏହି ମାଧ୍ୟମରେ ବିଜେପି ରାଷ୍ଟ୍ରୀୟ ସୂଚନା ଓ ପ୍ରାଧ୍ୟୋଗିକୀ ବିଭାଗର ପ୍ରଭାରୀ ଅମିତ ମାଲବୀୟ ସୋସିଆଲ ମିଡ଼ିଆରେ ଏକ ଅଡିଓ କ୍ଲିପ୍ ଶେୟାର କରିଛନ୍ତି । ଉକ୍ତ କ୍ଲିପରେ ମହିଳା ଡାକ୍ତର ପ୍ରିନ୍ସିପାଲ ଓ ଅନ୍ୟ ଷ୍ଟାଫ ସଦସ୍ୟଙ୍କ ଉପରେ ଅଭିଯୋଗ ଆଣିଛନ୍ତି । କିଛି ଡାକ୍ତରଙ୍କୁ ଅନ୍ୟମାନଙ୍କ ଇଚ୍ଛା ମୁତାବକ କାମ କରିବାକୁ ବାଧ୍ୟ କରାଯାଉଥିଲା । ଏଥିସହିତ ଥେସିସ୍ ଜମା କରିବା ପାଇଁ ହଇରାଣ କରାଯାଉଥିଲା ।

ନିଜର ଅଡିଓ ସନ୍ଦେଶରେ ମହିଳା ଡାକ୍ତର ଜଣଙ୍କ ଏହି ଘଟଣା ଉପରେ ନିଜର ଅବିଶ୍ୱାସ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ପଶ୍ଚିମ ବଙ୍ଗର ସରକାରୀ ମେଡିକାଲ କଲେଜମାନଙ୍କରେ ପ୍ରନ୍ସିପାଲ ଓ ବିଭାଗୀୟ ଅଧ୍ୟକ୍ଷ ବିଭିନ୍ନ ବାହାନା କରି ଛାତ୍ରଛାତ୍ରୀଙ୍କ ଠାରୁ ଅର୍ଥ ଆଦାୟ କରୁଥିଲେ । ଅର୍ଥ ନଦେଲେ ପିଲାମାନଙ୍କର ଥେସିସ ଜାମ କରାଯିବ ନାହିଁ ବୋଲି ଛାତ୍ରଛାତ୍ରୀଙ୍କୁ ଧମକ ଦିଆଯାଉଥିଲା । ଏଥିସହିତ ଇଣ୍ଟର୍ଣ୍ଣ ପୂରା ହେବାର ପ୍ରମାଣପତ୍ର ଦିଆଯିବନି ଓ ମେଡିକାଲ ପଞ୍ଜିକରଣ କରାଇବାକୁ ଦିଆଯିବ ନାହିଁ ବୋଲି ମଧ୍ୟ କୁହାଯାଉଥିଲା ବୋଲି ସେ କହିଛନ୍ତି ।

ମହିଳା ଡାକ୍ତର ବିଶେଷ ଭାବେ ସନ୍ଦୀପ ଘୋଷଙ୍କ ନାମ ନେବା ସହ ସେ ଆର.ଜି କର ମେଡିକାଲ କଲେଜର ଏହି ମାମଲାରେ ବଡ଼ ଭୂମିକା ନିର୍ବାହ କରିଥିବା କହିଛନ୍ତି । ସମୂହ ଇଣ୍ଟର୍ଣ୍ଣ ଓ ହାଉସ ଷ୍ଟାଫଙ୍କୁ ସାମିଲ କରି ସେକ୍ସ ଓ ଡ୍ରଗ ରାକେଟ ଚଳାଯାଉଥିବା ମଧ୍ୟ ମହିଳା ଡାକ୍ତର ଅଭିଯୋଗ ଆଣିଛନ୍ତି । ବିକ୍ରି କରାଯାଉଥିବା ମେଡିସିନରେ ହେରୋଇନ, ବ୍ରାଉନଶୁଗର ଏପରିକି କମ୍ ମୂଲ୍ୟ ବିଶିଷ୍ଟ ଔଷଧ ମଧ୍ୟ ସାମିଲ ଥିଲା । ସେଗୁଡ଼ିକୁ ଡ୍ରଗ ଭାବେ ପ୍ୟାକ୍ କରାଯାଉଥିଲା । ଏହି କାର୍ଯ୍ୟକଳାପ ପାଇଁ କୋଟି କୋଟି ଟଙ୍କାର ଟେଣ୍ଡର ଜାରି କରାଯାଇଥିଲା । ଉକ୍ତ ଅର୍ଥର ଏକ ବଡ଼ ଭାଗ ପାର୍ଟି ଫଣ୍ଡକୁ ଯାଉଥିଲା ।

Get real time updates directly on you device, subscribe now.