fbpx

ବିଏଚୟୁ ବୈଜ୍ଞାନିକଙ୍କ ଦାବି, କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ କରୋନା ଟିକାର ଗୋଟିଏ ଡୋଜ ଯଥେଷ୍ଟ

ବାରାଣାସୀ: କୋଭିଡରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କୁ କରୋନା ଟିକାର ଗୋଟିଏ ଡୋଜ ପର୍ଯ୍ୟାପ୍ତ ହେଉଥିବା ଦର୍ଶାଇ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ) ର ବୈଜ୍ଞାନିକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ବୈଜ୍ଞାନିକଙ୍କ ଦାବି ରହିଛି କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ଲୋକଙ୍କ ପାଇଁ କେବଳ ଗୋଟିଏ ମାତ୍ର ଟିକା ଯଥେଷ୍ଟ। ବର୍ତ୍ତମାନ ଦେଶରେ ଦୁଇଟି ଟିକା, କୋଭିସିଲଡ୍ ଏବଂ କୋଭାକ୍ସିନକୁ ଅନୁମୋଦନ କରାଯାଇଛି। କୋଭିଡ -୧୯ କୁ ଏଡାଇବା ପାଇଁ ଲୋକଙ୍କୁ ଉଭୟ ଟିକା ର ଦୁଇଟି ଡୋଜ ଦିଆଯାଉଛି ।

ବିଏଚୟୁ ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ଜ୍ଞାନେଶ୍ୱର ଚୌବେ ଏବଂ ସ୍ନାୟୁବିଜ୍ଞାନ ବିଭାଗର ପ୍ରଫେସର ବିଜୟ ନାଥ ମିଶ୍ରଙ୍କ ଟିମ୍ ଦାବି କରିଛି ଯେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଶରୀରରେ ୧୦ ଦିନ ମଧ୍ୟରେ ପର୍ଯ୍ୟାପ୍ତ ଆଣ୍ଟିବଡ଼ି ତିଆରି ହୋଇଥାଏ । ତାଙ୍କର ଦାବି ରହିଛି ଏହି ଲୋକଙ୍କ ପାଇଁ ଟିକାର ଗୋଟିଏ ଡୋଜ ଯଥେଷ୍ଟ ।

ପ୍ରଫେସର ଚୌବେ କହିଛନ୍ତି ଯେ ୨୦ ଜଣଙ୍କ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି ଯେ ଯେଉଁମାନେ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ସେମାନଙ୍କ ମଧ୍ୟରେ ଆଣ୍ଟିବଡ଼ି ଶୀଘ୍ର ତିଆରି ହୁଏ, କିନ୍ତୁ ସୁସ୍ଥ ଲୋକଙ୍କଠାରେ ଆଣ୍ଟିବଡି ବିକଶିତ ହେବାକୁ ୩ ରୁ ୪ ସପ୍ତାହ ସମୟ ଲାଗିଥାଏ।

Get real time updates directly on you device, subscribe now.