ବାକ୍ସ ଭିତରେ ୩ୟ ଶ୍ରେଣୀ ଛାତ୍ର, ଅଚେତ ଅବସ୍ଥାରେ ଉଦ୍ଧାର କଲେ ଶିକ୍ଷକ
ବାକ୍ସ ଭିତରୁ ଛାତ୍ର ଉଦ୍ଧାର । ସ୍କୁଲ ହଷ୍ଟେଲରେ ବାକ୍ସ ଭିତରୁ ଅଚେତ ଅବସ୍ଥାରେ ଜଣେ ଛାତ୍ରକୁ ଉଦ୍ଧାର କଲେ ଶିକ୍ଷକ ।
ବଣାଇ: ବାକ୍ସ ଭିତରୁ ଛାତ୍ର ଉଦ୍ଧାର । ସ୍କୁଲ ହଷ୍ଟେଲରେ ବାକ୍ସ ଭିତରୁ ଅଚେତ ଅବସ୍ଥାରେ ଜଣେ ଛାତ୍ରକୁ ଉଦ୍ଧାର କରାଯାଇଛି । ଗୁରୁଣ୍ଡିଆ ବ୍ଲକର ଜର୍ଦ୍ଦା ହାଇସ୍କୁଲ ହଷ୍ଟେଲରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା।
ସହପାଠୀଙ୍କ ସହ ମତଭେଦ ହେବାରୁ ରାଗରୁଷାରେ ଜଣେ ୩ୟ ଶ୍ରେଣୀ ଛାତ୍ରଙ୍କୁ ବାକ୍ସରେ ପୂରାଇ ବନ୍ଦ କରିଦେଲେ ଅନ୍ୟ କିଛି ପିଲା। ଛାତ୍ର ଘରକୁ ନ ଫେରିବାରୁ ମା’ବାପା ଖୋଜାଖୋଜି କରି ଆସି ସ୍କୁଲରେ ପହଞ୍ଚିଲେ। ଶେଷରେ ଶିକ୍ଷକ ଖୋଜାଖୋଜି କରି ଉକ୍ତ ଛାତ୍ରଙ୍କୁ ଏକ ବାକ୍ସ ଭିତରୁ ଉଦ୍ଧାର କରିଥିଲେ।
ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜର୍ଡାସ୍ଥିତ ଏକ ସ୍କୁଲରେ ଘଟିଛି ଏପରି ଅଭାବନୀୟ ଘଟଣା। ଛାତ୍ର ଜଣକ ଅଚେତ ଅବସ୍ଥାରେ ରହିଥିଲେ। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ଥିବା ସୂଚନା ମିଳିଛି। ଏହି ଘଟଣାରେ ଅଧିକ ସୂଚନା ମିଳିପାରିନାହିଁ।