ଭୟଙ୍କର ଘଟଣା, ଘରେ ଶୋଇଥିବା ବେଳେ ଘର ଭିତରକୁ ପଶିଗଲା ଟ୍ୟାଙ୍କର, ମହିଳା ମୃତ

ଘର ଭିତରକୁ ମାଡ଼ିଗଲା ଟ୍ୟାଙ୍କର, ବୃଦ୍ଧା ମୃତ ବୃଦ୍ଧ ଗୁରୁତର।

ରାୟଗଡ଼ା: ଭୟଙ୍କର ଘଟଣା।  ବିଳମ୍ୱିତ ରାତିରେ ଘରେ ଶୋଇଥିଲେ ଦମ୍ପତ୍ତି। ହେଲେ ହଠାତ୍ ଘର ଭିତରେ ପଶିଯାଇଥିଲା ଏକ ବଡ଼ ଟ୍ୟାଙ୍କର। ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ଜୀବନ ଦୀପ ଲିଭିଗଲା।

କୁହାଯାଉଛି ଘଟଣାଟି ରାୟଗଡ଼ା ଜିଲ୍ଲା ସଦର ଥାନା ଗୁମ୍ମା ଗାଁର। ବିଳମ୍ୱିତ ରାତିରେ ଏକ ଟ୍ୟାଙ୍କର ରାସ୍ତାରେ ଯାଉଥିବା ବେଳେ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଘର ଭିତରେ ଟ୍ୟାଙ୍କରକୁ ପଶେଇ ଦେଇଥିଲେ।

ଯାହା ଫଳରେ ବୃଦ୍ଧାଙ୍କର ଜୀବନ ଚାଲିଗଲା। ଆଉନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୃଦ୍ଧ। ଡ୍ରାଇଭରର ଅବସ୍ଥା ବି ସଙ୍କଟାପନ୍ନ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ସେପଟେ ଟ୍ୟାଙ୍କର ଘରେ ପଶି ଯିବାରୁ ଗୋଟିଏ ଘର ସହ ୨ଟି ଦୋକାନ ଘର ଭାଙ୍ଗି ଯାଇଛି।

 

ଗୁମ୍ମା ଘାଟିରେ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର। ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ। ଗୋଟିଏ ଘର ସହ ୨ ଟି ଦୋକାନ ଘର ଭାଙ୍ଗି ଚୁରମାର। ଗୁରୁତର ଟ୍ୟାଙ୍କର ଡ୍ରାଇଭର ମେଡିକାଲରେ ଭର୍ତ୍ତି।

ଭାରସାମ୍ୟ ହରାଇ ଘରେ ପଶିଗଲା ଟ୍ୟାଙ୍କର।  ସଦର ଥାନା ଗୁମ୍ମା ଗାଁରେ ବିଳମ୍ୱିତ ରାତିରେ ଅଘଟଣ। ଆଉ ଜଣେ ବୃଦ୍ଧ ଗୁରୁତର। ହସ୍ପିଟାଲରେ ଭର୍ତ୍ତି।