fbpx

ସୋନୁ ସୁଦଙ୍କୁ ସାହାଯ୍ୟ ମାଗିବା ଶିକ୍ଷକଙ୍କୁ ପଡିଲା ମହଙ୍ଗା: ଲୁଟି ନେଲେ ସାଇବର ଠକ

ନୂଆଦିଲ୍ଲୀ: କରୋନା ସମୟରେ ଗରିବମାନଙ୍କ ପାଇଁ ଭଗବାନଙ୍କ ଦୂତ ପାଲଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ଦେଶର ହଜାର ହଜାର ଲୋକଙ୍କୁ ନିଜ ଘରକୁ ଫେରାଇ ଆଣିବା ସହ ଅନେକ ଅସହାୟଙ୍କୁ ଆର୍ଥିକ ସହାୟତା ଯୋଗାଇ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି । କରୋନା ମହାମାରୀର ପ୍ରକୋପ ଧିରେ ଧିରେ କମିବାକୁ ଲାଗିଲାଣି, ଏବେ ବି ସୋନୁ ସୁଦ ସମସ୍ତଙ୍କ ସାହାଯ୍ୟରେ ଲାଗି ରହିଛନ୍ତି । ତେବେ ସୋନୁ ସୁଦଙ୍କୁ ସାହାଯ୍ୟ ମାଗିବା ଜଣେ ଶିକ୍ଷକଙ୍କୁ ମହଙ୍ଗା ପଡିଛି ।

ନାଳନ୍ଦା ଜିଲ୍ଲାର ନଗର ଥାନା ଅନ୍ତର୍ଗତ ଦ୍ୱାରିକା ନଗର ମୋହଲ୍ଲାରେ ଏଭଳି ଏକ ଘଟଣା ଘଟିଯାଇଛି । ସୂଚନା ଅନୁସାରେ, ଶିକ୍ଷକ ଜଣକ ହେଉଛନ୍ତି ଶୁଭମ କୁମାର । ଗତବର୍ଷରୁ ଜୀବନ-ମୃତ୍ୟୁ ସହ ସଂଘର୍ଷ ଜାରି ରଖିଛନ୍ତି ଶୁଭମ । ଫୁସଫୁସ ଜନିତ ସଂକ୍ରମଣରେ ଦୀର୍ଘ ଦିନରୁ ସେ ଚିକିତ୍ସିତ ହେଉଥିବା ବେଳେ ହସ୍ପିଟାଲ ତରଫରୁ ୪୫ ଲକ୍ଷ ଟଙ୍କା ମଗା ଯାଇଥିଲା । ଏଥିପାଇଁ ଶୁଭମ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ମାଗି ବିଫଳ ହେବା ପରେ ଅଭିନେତା ସୋନୁ ସୁଦଙ୍କୁ ଟ୍ୱିଟ କରି ସାହାଯ୍ୟ ପାଇଁ ଜଣାଇଥିଲେ । କିନ୍ତୁ ଶନିବାର ସନ୍ଧ୍ୟାରେ ସୋନୁ ସୁଦଭ୍କ ମ୍ୟାନେଜର ନାଁରେ ଜଣେ ଅଜଣା ବ୍ୟକ୍ତି ଶୁଭମଙ୍କୁୁ ଫୋନ କରିଥିଲେ । ଏହାପରେ ଏକ ଲିଙ୍କ ପଠାଇ ରେଜିଷ୍ଟ୍ରେସନ କରାଇବାକୁ କହିଥିଲେ ସେହି ବ୍ୟକ୍ତି ଜଣକ ।

ତେବେ ଏହି ଘଟଣାରୁ ଶୁଭମଙ୍କୁ ସନ୍ଦେହ ହେବାରୁ ସେ ଆକାଉଣ୍ଟରେ ୨ ହଜାର ଟଙ୍କା ରଖି ବାକି ସବୁ ଉଠାଇ ନେଇଥିଲେ । ତେବେ ଟଙ୍କା ଟ୍ରାନ୍ସଫର ପରେ ସେ ଲିଙ୍କ ଦ୍ୱାରା ରେଜିଷ୍ଟ୍ରେସନ କରିବାରୁ ତାଙ୍କ ଆକାଉଣ୍ଟରୁ ବଳକା ଟଙ୍କା ମଧ୍ୟ ଗାଏବ ହୋଇ ଯାଇଥିଲେ । ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଶୁଭମ ପ୍ରତିଦିନ ୪ ଘଣ୍ଟା ଅକ୍ସିଜେନର ସାହାରା ନେଉତିବା ତାଙ୍କ ମା କହିଛନ୍ତି । ସେପଟେ ପୁଅର ଚିକିତ୍ସା ପାଇଁ ଜମିବାଡି ମଧ୍ୟ ବିକ୍ରି ହୋଇ ସାରିଲାଣି । ତେବେ ଏ ସମୟରେ ସେ ଚିକିତ୍ସା ପାଇଁ ସାହାଯ୍ୟର ଅପେକ୍ଷା କରିଥିବା ବେଳେ ସାଇବର ଠକ ତାଭ୍କୁ ନିଜ ଜାଲରେ ଫସାଇବାକୁ ଉଦ୍ୟମ କରିଛନ୍ତି ।

Get real time updates directly on you device, subscribe now.