fbpx

ଆକାଶରୁ ବୃଷ୍ଟି ହେଲା ‘ମୃତ୍ୟୁ’ର ଭୟଙ୍କର ରୂପ: ବଜ୍ରପାତରେ ୨୦ ଜଣଙ୍କର ମୃତ୍ୟୁ

ଗୁଜୁରାଟ: ଗୁଜୁରାଟରେ ଅଚାନକ ବଦଳିଯାଇଛି ପାଣିପାଗର ରୂପ । ଆକାଶରୁ ହଠାତ୍ ଭୟଙ୍କର ରୂପ ନେଇ ଖସିଛି ବିଜୁଳି । ଏଥିରେ ୨୦ ଜଣ ଲୋକ ପ୍ରାଣ ହରାଇଛନ୍ତି । ଅଦିନିଆ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜାଗାରେ ବଜ୍ରପାତ ଅନେକ ଲୋକଙ୍କ ମୃତ୍ୟୁର କାରଣ ପାଲଟିଛି । ଏହାସହିତ ଆହୁରି ଅନେକ କିଛି କ୍ଷୟକ୍ଷତି ଘଟାଇଛି ଏହି ବଜ୍ରପାତ । ଏ ନେଇ ଜଣେ ବରିଷ୍ଠ ଅଧିକାରୀଙ୍କ ତରଫରୁ ସୂଚନା ଦିଆଯାଇଛି । ବଜପ୍ରାତରେ ପ୍ରାଣ ହରାଇଥିବା ଲୋକମାନଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଷ୍ଟେଟ ଇମରଜେନ୍ସି ଅପରେସନ ସେଣ୍ଟରର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଗୁଜୁରାଟର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଅଦିନିଆ ବର୍ଷା ଏବଂ ବିଜୁଳି ଏମାନଙ୍କ ମୃତ୍ୟୁର ମୁଖ୍ୟ କାରଣ ପାଲଟିଛି । ଏମାନଙ୍କ ମଧ୍ୟର ୪ ଜଣ ଦାହୋଦ ଜିଲ୍ଲାର ହୋଇଥିବା ବେଳେ ଭରୁପ ଜିଲ୍ଲାର ୩ ଜଣ ମଧ୍ୟ ବଜ୍ରପାତର ଶିକାର ହୋଇଛନ୍ତି । ଏହାବ୍ୟତୀତ ତାପିରେ ୨ ଏବଂ ଅହମ୍ମଦାବାଦ, ଅମରେଲୀ, ମନାସକାଣ୍ଠା, ବୋଟାଦ, ଖେଡ଼ା, ମେହସାଣା, ପଞ୍ଚମହଲ, ସୁରତ, ସୁରେନ୍ଦ୍ରନଗର ଓ ଦେବଭୂମି ଦ୍ୱାରକାରେ ଜଣେ ଲେଖ।।ଏଁ ବ୍ୟକ୍ତି ବଜ୍ରପାତରେ ପ୍ରାଣ ହରାଇଛନ୍ତି ।

ଏଭଳି ଏକ ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ, ଅମିତ ଶାହ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ମୃତକଙ୍କ ପାଇଁ ଦୁଃଖପ୍ରକାଶ କରିଛନ୍ତି । ଟ୍ୱିଟରରେ ଶାହ ଲେଖିଛନ୍ତି ଯେ, ଗୁଜୁରାଟର ବିଭିନ୍ନ ସହରର ଖରାପ ପାଣିପାଗ ଏବଂ ବଜ୍ରପାତ ଯୋଗୁଁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ମୋର ସମବେଦନା ରହିଛି । ତେବେ ସ୍ତାନୀୟ ପ୍ରଶାସନ ଉଦ୍ଧାରକାର୍ଯ୍ୟରେ ଜାରି ରହିଛି । ବଜ୍ରପାତରେ ଆହତ ଲୋକଙ୍କ ପାଇଁ ଯଥାଶୀଘ୍ର ଉନ୍ନତ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ।

Get real time updates directly on you device, subscribe now.