ଭୀମକୁଣ୍ଡ ବୁଲିବାକୁ ଆସିଥିଲେ ୧୭ ଜଣ ସାଙ୍ଗ, ଜଣେ ଭାସିଗଲେ

ଭୀମକୁଣ୍ଡକୁ ବୁଲିବାକୁ ଆସିଥିବା ବେଳେ ଭାସିଗଲେ ପର୍ଯ୍ୟଟକ।

କରଞ୍ଜିଆ: ଏକ ବଡ଼ ଦୁର୍ଘଟଣା। ଭୀମକୁଣ୍ଡରେ ଭାସିଗଲେ ଜଣେ ପର୍ଯ୍ୟଟକ। ଏହି ନିଖୋଜ ବ୍ୟକ୍ତି ଜଣକ ଜଗତସିଂହପୁରର ବୋଲି ଜଣାପଡିଛି। ଭାସିଯିବା ପରେ ନିଖୋଜ ବ୍ୟକ୍ତିଙ୍କର ଚାଲିଛି ଉଦ୍ଧାର କାର୍ଯ୍ୟ।

ସୂଚନାନୁଯାୟୀ, ୧୭ ଜଣ ସାଙ୍ଗ ଭୀମକୁଣ୍ଡ ବୁଲିବାକୁ ଆସିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଏହି ଭୀମକୁଣ୍ଡ ଜଳ ପ୍ରପାତରେ ଭାସିଯାଇଥିଲେ। ଏହାପରେ ଠାକୁରମୁଣ୍ଡା ଥାନା ପୋଲିସ ଓ ଅଗ୍ନିଶମ ବାହିନୀର ଖୋଜାଖୋଜି ଚାଲିଛି।