ଓ୍ୱାଟର ପାର୍କ ସାଜିଲା କାଳ, ଛିଡ଼ିଗଲା ଦୋଳି, ଚାଲିଗଲା ଲୋକଙ୍କ ଜୀବନ

ଓ୍ୱାଟର ପାର୍କରେ ଜଣଙ୍କର ମୃତ୍ୟୁ ୨ ଜଣ ଆହତ।

ମହାରାଷ୍ଟ୍ର: ଓ୍ୱାଟର ପାର୍କରେ ବଡ଼ ଅଘଟଣ।  ଦୋଳି ଖେଳୁ ଖେଳୁ ଛିଡ଼ିଗଲା ଦୋଳି। ଆଉ ସେଥିରେ ବସିଥିବା ଲୋକ ବି ତଳେ ପଡିଗଲେ। ଫଳରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ, ୨ ଜଣ ଏଥିରେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ପାର୍କରେ ଘଟିଯାଇଥିବା ଏହି ଭୟଙ୍କର ଦୁର୍ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହସ ଖୁସିରେ ଦୋଳିର ମଜା ନେଉଥିବା ବେଳେ, ଏପରି ଅଚାନକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ଛିଡ଼ି ଗଲା ଦୋଳି: ପ୍ରକୃତରେ ଘଟଣାଟି ହେଉଛି ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାର ଆକଲୁଜରେ ଅବସ୍ଥିତ ସୟାଜିରାଜେ ୱାଟର ପାର୍କର। ଯେଉଁଠାରେ ଏକ ଦୁଃଖଦ ଘଟଣା ଘଟିଯାଇଛି।  କିଛି ଲୋକ ବସି ଏଠାରେ ଦୋଳିର ମଜା ନେଉଥିଲେ।

ହେଲେ ଆଖି ପିଛୁଳାକେ ଭୟଙ୍କର ଦୁର୍ଘଟଣା ଘଟିଲା।  ସୂଚନା ଅନୁଯାୟୀ, ପାର୍କରେ ଏକ ଝୁଲା ଥିଲା, ଯେଉଁଥିରେ ଅନେକ ଲୋକ ଚଢ଼ିଥିଲେ। ଏହି ସମୟରେ ଝୁଲାଟି ଦ୍ରୁତ ଗତିରେ ଘୂରୁଥିଲା, ତା’ପରେ  ଝୁଲାର ଗୋଟିଏ ପଟ ଭାଙ୍ଗି ପଡ଼ିଲା।

ଯେଉଁ ପଟଟି ଭାଙ୍ଗି ପଡିଲା ସେହି ପଟରେ ୩ ଜଣ ବସିଥିଲେ। ଯେଉଁମାନେ ଝୁଲା ଛିଡ଼ିବା ମାତ୍ରେ ତଳେ ପଡିଗଲେ। ଆଉ ଝୁଲି ଟି ବି ତାଙ୍କ ଉପରେ ପଡିଗଲା।  ଝୁଲା ଛିଡ଼ିବା ମାତ୍ରେ ଜୋରେ ଚିତ୍କାର ଶୁଭିବାକୁ ଲାଗିଲା।

ଭିଡ଼ିଓ ଭାଇରାଲ: ସଙ୍ଗେ ସଙ୍ଗେ ୩ ଜଣଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିଲା। ହେଲେ ବାଟରେ ଜଣଙ୍କର ମୃତ୍ୟୁ ହୋଇଗଲା। ଆଉ ଦୁଇ ଜଣ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ମୃତକ ଭିଗୱାନର ବାସିନ୍ଦା ତୁଷାର ଧୂମାଲ ନାମକ ଜଣେ ବ୍ୟବସାୟୀ ଭାବରେ ଚିହ୍ନଟ କରାଯାଇଛି। ତୁଷାର ଧୂମାଲଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। ସେହି ସମୟରେ, ଦୁର୍ଘଟଣାରେ ଆହତ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଛି।

ଏହି ଦୁର୍ଘଟଣାରେ ଦୋଳିରେ ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଜଣଙ୍କର ବେକ ଫ୍ରାକ୍ଚର ହୋଇଛି, ଯେତେବେଳେ ଦୋଳିରେ ବସିଥିବା ତୃତୀୟ ବ୍ୟକ୍ତି କେବଳ ଭୟଭୀତ ଥିଲେ ଏବଂ ତାଙ୍କୁ ସାମାନ୍ୟ ଆଘାତ ଲାଗିଛି।