fbpx

Big Breaking: ମଝିରୁ ଅଲଗା ହୋଇଗଲା ଟ୍ରେନ: ନାହିଁ ଇଞ୍ଜିନ, ବାଣୀବିହାର ଷ୍ଟେସନରେ ରହିଗଲା ଗାଡ଼ିର ବଗି

ଭୁବନେଶ୍ୱର: ଭୁବନେଶ୍ୱର ବାଣୀବିହାର ରେଲୱେ ଷ୍ଟେସନ ନିକଟରେ ଘଟିଯାଇଛି ପୁଣି ଏକ ଟ୍ରେନ ଅଘଟଣ । ମଝିରୁ ଦୁଇ ଖଣ୍ଡ ହୋଇ ଛିଡ଼ି ଯାଇଛି ରେଳଗାଡ଼ି । ବାଣୀବିହାର ଷ୍ଟେସନରେ ଗାଡିର କିଛି ବଗି ରହି ଯାଇଥିବା ବେଳେ ଆଗକୁ ଦ୍ରୁତ ଗତିରେ ମାଡ଼ି ଚାଲି ଯାଇଛି ଟ୍ରେନର ଇଞ୍ଜିନ ଏବଂ ଆଉ କିଛି ବଗି । ଭୁବନେଶ୍ୱର ଦେଇ ଯାଉଥିବାଏକ ମାଲବାହୀ ଟ୍ରେନ ସହିତ ଏଭଳି ଏକ ଅଘଟଣ ଘଟିଯାଇଛି । ବାଣୀ ବିହାର ଷ୍ଟେସନରେ ଗାଡିର କିଛି ବଗି ଅଟକି ରହିଥିବା ବେଳେ ବାକି କିଛି ବଗିକୁ ନେଇ ଟ୍ରେନ ଇଞ୍ଜିନ ଆଗକୁ ଚାଲି ଯାଇଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ୱାଲଟିୟରରୁ ମେରାମୁଣ୍ଡଳୀ ଅଭିମୁଖେ ବାହାରିଥିଲା ଏହି ମାଲବାହୀ ଟ୍ରେନ । କିନ୍ତୁ ବାଣୀବିହାର ଷ୍ଟେସନ ନିକଟରେ ଏକ ବଡ଼ ଅଘଟଣର ସାମନା କରିବାକୁ ପଡିଛି । ଷ୍ଟେସନ ନିକଟରେ ଗାଡ଼ିର ଇଞ୍ଜିନ ଏବଂ ବଗି ଛିଡ଼ି ଅଲଗା ହୋଇଯାଇଥିବା ଦେଖାଯାଇଛି । ଫଳରେ ଗାଡ଼ିର ୨୫ଟି ବଗି ବାଣୀବିହାର ଷ୍ଟେସନରେ ଅଟକି ରହିଛି । କିନ୍ତୁ ଗାଡ଼ିର ଇଞ୍ଜିନ ଏବଂ ଅନ୍ୟ ବଗି ବାଣୀବିହାର ଷ୍ଟେସନ ଛାଡ଼ି ପଳାଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଘଟଣା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ତେବେ ବର୍ତ୍ତମାନ ଗାଡ଼ିର ଇଞ୍ଜିନକୁ ପଛକୁ ଫେରାଇ ଛିଡ଼ି ଯାଇଥିବା ବଗି ସହ ଯୋଡ଼ାଯାଉଛି । ଏହାପରେ ସ୍ୱାଭାବିକ ହେବା ପରେ ଗାଡ଼ି ଆଗକୁ ଲକ୍ଷ୍ୟସ୍ଥଳରେ ଗଡ଼ିବ ।

Get real time updates directly on you device, subscribe now.