fbpx

ସହକାରୀ ଯନ୍ତ୍ରୀଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍ : ୫ଟି ସ୍ଥାନରେ ଚାଲିଛି ଚାଲିଛି ଚଢାଉ

Advertisement

ଭୁବନେଶ୍ୱର : ଆଜିକାଲି ଦୁର୍ନୀତିର ମାମଲା ବଢିବାରେ ଲାଗିଛି । କିଏ ବ୍ରାଉନ ସୁଗର କାରବାର କରୁଛି ତ କିଏ ଭୁଲ କାମ କରି ଭିଜିଲାନ୍ସ ହାତରେ ଧରା ପଡୁଛି । ଏପରି ଏକ ।ମଲା ବାରିପଦାରୁ ସାମ୍ନାକୁ ଆସିଛି । ବାରିପଦା ପିଏସ ଡିଭିଜନର ଯନ୍ତ୍ରୀ ବାଣେଶ୍ୱର ନାଏକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକାଥରରେ ୫ଟି ସ୍ଥାନରେ ଚଢାଉ କରିଛନ୍ତି ।

ସୂଚନା ଅନୁଯାୟୀ, ବାରିପଦା ପିଏଚ ଡିଭିଜନ ଯନ୍ତ୍ରୀ ବାଣେଶ୍ୱର ନାଏକଙ୍କ ନାମରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବାର ଅଭିଯୋଗ ହୋଇଛି । ଏନେଇ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ଚଢାଉ ହୋଇଛି । ବାଣେଶ୍ୱରଙ୍କ ୫ଟି ଠିକଣାରେ ଏକା ସାଙ୍ଗରେ ଚଢାଉ ଚାଲିଛି । ଏହି ଚଢାଉରେ ୨ଜଣ ଏସପି, ୩ଜଣ ଡିଏସପି ଓ ୭ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି । କିନ୍ତୁ ଏବେ ପର୍ଯ୍ୟନ୍ତ କେତେ ସମ୍ପତ୍ତି ଜବତ କରାଯାଇଛି, ସେନେଇ କୌଣସି ସୂଚନା ମିଳି ନାହିଁ ।

 

Get real time updates directly on you device, subscribe now.