fbpx

ରେଲୱେ ଷ୍ଟେସନରେ ଚାଲିଲା ଅଶ୍ଳୀଳ ଭିଡିଓ: ୧୦ ମିନିଟ ପର୍ଯ୍ୟନ୍ତ ସ୍କ୍ରିନରେ ଚାଲିଲା ବିଜ୍ଞାପନ

ନୂଆଦିଲ୍ଲୀ: ପାଟନା ରେଲୱେ ଷ୍ଟେସନରେ ପର୍ଣ୍ଣ ଭିଡିଓ ଚାଲିବା ଘଟରା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏହି ଘଟଣାର ଗୋଟିଏ ମାସ ପରେ ଆଉ ଏକ ସମାନ ଘଟଣା ଦେଖିବାକୁ ମିଳିଛି । ଭାଗଲପୁର ଜିଲ୍ଲା ଆମ୍ବେଦକର ଛକରେ ଥିବା ଜନ ସଚେତନତା ଏଲଇଡି ସ୍କ୍ରିନରେ ଆଡଲ୍ଟ କଣ୍ଟେଣ୍ଟ ଚାଲୁଥିବାର ଦେଖାଯାଇଛି । ଏହାପରେ ଷ୍ଟେସନରେ ଲୋକଙ୍କ ଭିଡ ଲାଗି ଯାଇଥିଲା ଏବଂ କିଛି ଲୋକ ଏହାକୁ ମୋବାଇଲରେ ରେକର୍ଡ କରି ନେଇଥିଲେ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏଭଳି ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଭାଗଲପୁର ଜିଲ୍ଲା ପ୍ରଶାସନ ମାମଲାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରି ଦେଇଛି । ତେବେ ଯାଞ୍ଚରୁ ଜଣାଯାଇଛି ଯେ, ଏହି ଏଲଇଡି ସ୍କ୍ରିନକୁ ହ୍ୟାକ କରାଯାଇ ଏଥିରେ ଆଡଲ୍ଟ ମେସେଜ ଚାଲୁ କରାଯାଇଥିଲା । ଏହି ଅଶ୍ଳୀଳ ବିଜ୍ଞାପନ ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଏଲଇଡି ସ୍କ୍ରିନରେ ଦେଖାଯାଇଥିଲା । ଏହାକୁ ଦେଖି ଲୋକଙ୍କ ଭିଡ ଲାଗିବାରୁ ଜିଲ୍ଲା ପ୍ରଶାସନ ତତ୍ପର ହେବା ସହ ଡିସପ୍ଲେ ବୋର୍ଡ ଏବଂ ଏହି ମେସେଜକୁ ହଟାଇ ଦେଇଥିଲେ । ଏ ନେଇ କୋତୱାଲୀ ଥାନାର ଏସଏଚଓ ଜବାହାର ପ୍ରସାଦ ଯାଦବ କହିଛନ୍ତି ଯେ, ଜୀବନ ଜାଗୃତି ସୋସାଇଟିର ଅଧ୍ୟକ୍ଷ ଡ. ଅଜୟ କୁମାରଙ୍କ ଆବେଦନ ପରେ କିଛି ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ରୁଜୁ କରାଯାଇଛି । ତେବେ ସେମାନଭ୍କ ମଧ୍ୟରୁ ଏପର୍ଯ୍ୟନ୍ତ କେହି ଗିରଫ ହୋଇନାହାନ୍ତି ।

ତେବେ ଏହି ଯାଞ୍ଚ ଭିତରେ ଜାଣିବାକୁ ମିଳିଛି ଯେ, ଭାଗଲପୁର ନଗର ନିଗମ ସହରର ସୌନ୍ଦର୍ଯୀକରଣ ପାଇଁ ଜୀବନ ଜାଗୃତି ସୋସାଇଟିକୁ ଠିକା ଦେଇଥିଲା । ତେଣୁ ଲୋକମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ସ୍ଥାନରେ ଏଲଇଡି ସ୍କ୍ରିନ ଲଗାଇ ଯାତାୟତ ସମ୍ବନ୍ଧୀୟ ସୂଚନା ଦେଉଥିଲା ଏହି ସଂସ୍ଥା । ଗୋଟିଏ କଣ୍ଟ୍ରୋଲ ରୁମରୁ ଏ ସମସ୍ତ ଏଲଇଡି ଡିସପ୍ଲେ ବୋର୍ଡ ଚାଲୁ ଅପରେଟ କରାଯାଉଥିଲା ବୋଲି ଜାଣିବାକୁ ମିଳିଛି । ତେବେ ସୋସାଇଟିର ଅଧ୍ୟକ୍ଷ ଅଜୟ କୁମାର ଦାବି କରିଛନ୍ତି ଯେ, କିଛି ଲୋକ ଏହାକୁ ହ୍ୟାକ କରି ଅଶ୍ଳୀଳ ମେସେଜ ଦେଖାଇ ଦେଇଥିଲେ ।

Get real time updates directly on you device, subscribe now.