fbpx

(Video) ଜହ୍ନ ଉଇଁଲେ ଗାଁକୁ ମାଡ଼ି ଆସୁଛି ଜଙ୍ଗଲଛଡ଼ା ଭାଲୁ: ଧରିବା ପାଇଁ ବନବିଭାଗ ନାକେଦମ

Advertisement

ଜହ୍ନ ଆସିଲେ ଗାଁକୁ ଆସୁଛି ଭାଲୁ । ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ଗାଁରେ ମାତି ଉଠୁଛି ଭୟଙ୍କର ଭାଲୁ । ଜହ୍ନ ଛାଇ ପଡିଲେ ଏହି ଭାଲୁ ଏକ ବିକଟାଳ ରୂପ ଦେଖାଉଛି । ଯାହାକୁ ନେଇ ଗାଁ ସାରା ଚହଳ ପଡ଼ିଛି । ଜଙ୍ଗଲ ଛଡା ଭାଲୁକୁ ଦେଖି ଗାଁ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ।

ଜୟପୁର ଉପକଣ୍ଠରେ ପୁଣିଥରେ ଭାଲୁ ଆତଙ୍କରେ ସାରା ଗାଁ ଲୋକେ ଆତଙ୍କିତ ହୋଇ ରହିଛନ୍ତି । ସହରଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଏକମ୍ବା ଗାଁ ଭିତରେ ପସିଛି ଭାଲୁ । ଫଳରେ ଲୋକ ଆତଙ୍କିତ ଅବସ୍ଥାରେ । ଖବର ପାଇ ଭାଲୁକୁ କାବୁ କରିବାକୁ ବନ ବିଭାଗର ଏକ ଟିମ୍ ଗାଁରେ ରାତି ସାରା ପଇଁତରା ମାରିଥିଲା । ହେଲେ ଭାଲୁକୁ କାବୁ କରାଯାଇ ପାରିନି । କାରଣ ଏହି ଭାଲୁ ଚାହିଁ ରହିଛି ସ୍ୂର୍ଯ୍ୟ ଅସ୍ତକୁ । ସ୍ୂର୍ଯ୍ୟ ଅସ୍ତ ହେବା କ୍ଷଣି ଜଙ୍ଗଲ ଛାଡି ଦେଇ ଗାଁରେ ଘୁରିବୁଲୁଛି ।

ସୂଚନା ଥାଉକି, ଗାଁରେ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଗାଁ ଭିତରକୁ ଭାଲୁ ପସିଥିଲା । ଲୋକମାନେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ତେବେ ଭୟଭୀତ ନହେବା ପାଇଁ ଗାଁ ଲୋକଙ୍କୁ ପରାମର୍ଶ ଦେଇଛି ବନ ବିଭାଗ । ଗତ ୪ ମାସ ତଳେ ବି ଭାଲୁ ଜୟପୁର ଏୟାରପୋର୍ଟ ଓ ରେଳ ଷ୍ଟେସନରେ ବୁଲୁଥିବା ଦେଖିବାକୁ ମିଳିଥିଲା । ବନ ବିଭାଗ ସେହି ସମୟରେ ଭାଲୁକୁ କାବୁ କରିବାକୁ ଉଦ୍ୟମ କରିଥିଲେ ବି ଭାଲୁ କିନ୍ତୁ ସହର ଛାଡି ଜଙ୍ଗଲକୁ ଚାଲି ଯାଇଥିଲା ।

Get real time updates directly on you device, subscribe now.