fbpx

ଭୁବନେଶ୍ୱରରେ ଅଘଟଣ: ବାଇକ୍ ସହ ଜୀଅନ୍ତା ଜଳିଗଲେ ଯୁବକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ଆଚାର୍ଯ୍ୟ ବିହାରର ଫ୍ଲାଏ ଓଭରରେ ଘଟିଛି ଏକ ବଡ଼ ଅଘଟଣ । ଦୁର୍ଘଟଣାରେ ବାଇକ ସହ ଜଣେ ଯୁବକ ଜୀଅନ୍ତା ଜଳିଯାଇଥିବା ଘଟଣା ସାମ୍ନାକୁ ଆସିଛି । ମେଡିକାଲରେ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତକ ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ଆଜି ଶବ ବ୍ୟବଚ୍ଛେଦ ପରେ କାରଣ ଜଣାପଡିବ ।

ତେବେ ରାତି ପ୍ରାୟ ସାଢ଼େ ୧୨ଟାରେ ଏହି ଘଟିଛି ଘଟଣା । ଯୁବକଙ୍କୁ କେହି ଜାଣିଶୁଣି ହତ୍ୟା କରିଥିବା ଅନୁମାନ କରାଯାଉଛି । ଗାଡ଼ିଟି କଟକ ଆରଟିଓ ରେଜିଷ୍ଟ୍ରେସନ ହୋଇଥିବାରୁ ଯୁବକ ଜଣଙ୍କ କଟକର ହୋଇଥିବା ଅନୁମାନ କରାଯାଉଛି ।

ସୂଚନା ମୁତାବକ, ଯୁବକଙ୍କୁ ବାଇକ ସହ ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଗ ଖବର ଦେଇଥିଲେ । ଶରୀରର ୮୦ ପ୍ରତିଶତ ଯୁବକଙ୍କର ଜଳି ଯାଇଥିବା ଯୋଗୁଁ ଯୁବକ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଛି ସହିଦ ନଗର ଥାନା ପୋଲିସ । ଏହା ସହ ନିକଟରେ ଲାଗିଥିବା ସିସିଟିଭି ଫୁଟେଜ ସଂଗ୍ରହ କରିବାରେ ଲାଗିପଡିଛି ପୋଲିସ ।

Get real time updates directly on you device, subscribe now.