ଟିମ୍ ଇଣ୍ଡିଆରୁ ଏ 11 ଖେଳିବେ ଏସିଆ କପ, ପ୍ଲେଇଂ ଇଲେଭେନରୁ ବାଦ୍ ପଡିବେ 4 ଦୁର୍ଦ୍ଦଶ ଖେଳାଳି, କାହିଁକି…

ଚଳିତବର୍ଷ ପାଇଁ ଏସିଆ କପ ଟି-20 ଫର୍ମାଟରେ ଖେଳାଯିବ ।

ଓଡ଼ିଶା ଭାସ୍କର: ଆରମ୍ଭ ହେବାକୁ ଯାଉଛି ଏସିଆ କପର ମହାମୁକାବିଲା । ୟୁଏଇରେ ଖେଳାଯିବାକୁ ଥିବା ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ୟୁଏ ସହ ସବୁ ଦେଶ ନିଜର ଦଳ ମଧ୍ଯ ଘୋଷଣା କରି ସାରିଛନ୍ତି । ଚଳିତବର୍ଷ ପାଇଁ ଏସିଆ କପ ଟି-20 ଫର୍ମାଟରେ ଖେଳାଯିବ ।

Asia Cup 2025 India Squad: Team, Captain, Playing 11 Prediction

ଏହି ଟୁର୍ଣ୍ଣାମେଣ୍ଟର ଗ୍ରୁପ-‘ଏ’ ରେ ଭାରତ, ଓମାନ, ପାକିସ୍ତାନ ଓ ୟୁଏଇ ରହିଛନ୍ତି । ସେହିଭଳି ଗ୍ରୁପ- ‘ବି’ ରେ ଅଛନ୍ତି ଆଫଗାନିସ୍ତାନ,ବାଂଲାଦେଶ, ହଂକଂ ଓ ଶ୍ରୀଲଙ୍କା ।

Asia Cup 2025 - India vs Pakistan on 14 September: Tournament to take place from 9-28 Sept; Abu Dhabi and Dubai confirmed as host cities | Bhaskar English
pic- bhaskar english

ଆରମ୍ଭ ହେବାକୁ ଯାଉଛି ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ । ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇସାରିଛି। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଏସିଆ କପ୍ ଖେଳିବ ଭାରତୀୟ ଟିମ୍ । ଉପ ଅଧିନାୟକ ଦାୟିତ୍ବ ସମ୍ଭାଳିବେ ଶୁଭମନ ଗିଲ ।

India Asia Cup squad 2023: Iyer, KL return; Tilak gets maiden call-up | Asia Cup News - Business Standard

ଏଥର ଏସିଆ କପ୍‌ରେ ଯୁବ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ । ବିଶେଷ କରି ୫ ଜଣ ଯୁବ ତାରକାଙ୍କ ଉପରେ ରହିବ ସମସ୍ତଙ୍କ ନଜର । ୧୫ ଜଣିଆ ଦଳ ବ୍ୟତୀତ ୫ ଜଣଙ୍କୁ ଷ୍ଟାଣ୍ଡବାଏ ଖେଳାଳି ଭାବେ ଘୋଷଣା କରାଯାଇଛି ।

Here is Team India's 15-member squad for the Asia Cup 2025 – Predicted | Cricket Times

ତେବେ ଭାରତୀୟ ଦଳର ଚୂଡାନ୍ତ ଏକାଦଶ ବା ପ୍ଲେଇଂ ଇଲେଭେନ କିଭଳି ରହିବ ତାହା ଉପରେ ସମସ୍ତଙ୍କ ନଜର । ଗୋଟିଏ ପଟେ ଶ୍ରେୟସ ଆୟରଙ୍କୁ ଦଳରେ ସାମିଲ କରାଯାଇନଥିବାରୁ ଚୟନକର୍ତ୍ତାଙ୍କୁ ସମାଲୋଚନା କରାଯାଉଥିବା ବେଳେ ପ୍ଳେଇଂ ଚୟନ ବଡ଼ ଚ୍ୟାଲେଞ୍ଜିଂ ହେବ । ତାହାସହ କିଏ ବସିବ କିଏ ଖେଳିବ ତାହା ମଧ୍ଯ ଟିମ୍ ମ୍ୟାନେଜମେଣ୍ଟ ଓ ଅଧିନାୟକ ପାଇଁ କାଠିକର ପାଠ ହେବ ।

Sanju Samson - Profile, Stats, Awards & Videos | BCCI

ପ୍ଲେଇଂ ଇଲେଭେନରୁ ସଞ୍ଜୁ ସାମସନଙ୍କ ଭଳି ଭେଟେରାନ୍‌ଙ୍କୁ ବାଦ୍ ଦିଆଯାଇପାରେ । ଓ୍ବିକେଟ କିପର ଜିତେଶ ଶର୍ମା ଫର୍ମରୁ ଥିବାରୁ ସଞ୍ଜୁଙ୍କୁ ସୁଯୋଗ ମିଳିବାର ସମ୍ଭାବନା କମ୍ । ସେହିଭଳି ହର୍ଷିତ ରାଣା ଏବଂ ଓ ରିଙ୍କୁ ସିଂହଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇନପାରେ । ରିଙ୍କୁ ସିଂହ ଫର୍ମରେ ନଥିବାରୁ ତାଙ୍କୁ ବାଦ୍ ଦିଆଯାଇପାରେ ।

Abhishek Sharma Net Worth 2025: How Rich Is India's T20I Sensation? Check IPL Salary, BCCI Contract, Endorsements And More | News | Zee News

ଓପନର ଭାବେ ରହିଛନ୍ତି ଶୁଭମନ ଗିଲ୍ ଏବଂ ଅଭିଷେକ ଶର୍ମାଙ୍କୁ ଦେଖିବାକୁ ମିଳିପାରେ । ସଞ୍ଜୁ ସାମସନ ଓପନିଂ କରୁଥିଲେ । କିନ୍ତୁ ତାଙ୍କ ସ୍ଥାନରେ ଇନିଂସ ଓପନ କରିବେ ଗିଲ୍‌ । ସେହିଭଳି ତିଲକ ବର୍ମା ଓ ସୂର୍ଯ୍ୟକୁମାର ଯାଦବ ଯଥାକ୍ରମେ ୩ୟ ଓ ୪ର୍ଥ ସ୍ଥାନରେ ବ୍ୟାଟିଂ କରିବେ । ଓ୍ବିକେଟ କିପର ଭାବେ ସଞ୍ଜୁଙ୍କ ସ୍ଥାନରେ ଜିତେଶ ଶର୍ମାଙ୍କୁ ନିଆଯାଇପାରେ ।

Hardik Pandya becomes first Indian to occupy top spot in ICC T20I all-rounders' rankings

ଅଲରାଉଣ୍ଡର ଭାବେ ୨ ଜଣଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ । ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କୁ ଅଲରାଉଣ୍ଡର ଭାବେ ଦଳରେ ନେଇପାରନ୍ତି ସୂର୍ଯ୍ୟକୁମାର ଯାଦବ ।

IPL 2025: Jasprit Bumrah expresses joy over MI's retention

ବୋଲିଂ ବାହିନୀରେ ଜସପ୍ରିତ ବୁମରାହ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ କିମ୍ବା ଅର୍ଷିତ ରାଣାଙ୍କୁ ସାମିଲ କରାଯାଇପାରେ ।

New Sponsor Logo to Feature on Team India Jerseys: BCCI Initiates Search Ahead of Asia Cup | Latest News | Patrika English News

ସମ୍ଭାବ୍ୟ ଏକାଦଶ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁଭମନ ଗିଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଜସପ୍ରୀତ ବୁମରାହ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ/ହର୍ଷିତ ରାଣା ।