fbpx

Aadhaar Free Update: ମାଗଣା ଆଧାର ଅପଡେଟ୍ କରିବାର ସମୟସୀମା ପୁଣି ବଢ଼ିଲା, ଏବେ ଏହି ତାରିଖ ପର୍ଯ୍ୟନ୍ତ ମିଳିବ ସେବା

ନୂଆଦିଲ୍ଲୀ: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଦ୍ୱାରା ଆଧାର କାର୍ଡର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବର ୨୦୨୪ ସ୍ଥିର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାର ତାରିଖ ବୃଦ୍ଧି କରାଯାଇଛି।

ୟୁଆଇଡିଏଆଇ ଆଧାରର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ବଦଳାଇ ଦେଇଛି, ଯେଉଁ କାରଣରୁ ବ୍ୟବହାରକାରୀଙ୍କ ଆଧାରରେ ନାମ, ଠିକଣା, ଜନ୍ମ ତାରିଖ ଇତ୍ୟାଦି ମାଗଣାରେ ପରିବର୍ତ୍ତନ କରିବାକୁ ଆଉ କିଛି ମାସ ସମୟ ମିଳିଛି।

ୟୁଆଇଡିଏଆଇ ଏହାର ଅଫିସିଆଲ୍ ଏକ୍ସ ଆକାଉଣ୍ଟ ମାଧ୍ୟମରେ ଏନେଇ ସୂଚନା ଦେଇଛି ଯେ ଆଧାରର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବରରୁ ୧୪ ଡିସେମ୍ବର ୨୦୨୪କୁ ବୃଦ୍ଧି କରାଯାଇଛି।

ଏପରି ପରିସ୍ଥିତିରେ, ଆଧାରରୁ ନାମ, ଠିକଣା କିମ୍ବା ଜନ୍ମ ତାରିଖ ପରି ସୂଚନା ଅପଡେଟ୍ କରିବାକୁ ଲୋକଙ୍କୁ ପୁଣି ୩ ମାସ ସମୟ ମିଳିଛି। ଏହା ପରେ ଆଧାର ଅପଡେଟ୍ କରିବାକୁ ଦେୟ ଦେବାକୁ ପଡିବ।

ମାଗଣାରେ ଆଧାର କାର୍ଡ ଅପଡେଟ୍ କରିବା ପାଇଁ ଅନଲାଇନ୍ ପ୍ରକ୍ରିୟା ଗ୍ରହଣ କରିହେବ। ଏଥିପାଇଁ ୟୁଆଇଡିଏଆଇର (My Aadhaar Portal)ର ଅଫିସିଆଲ୍ ୱେବସାଇଟ୍କୁ ଯିବାକୁ ପଡିବ ।

ରେଳ ବ୍ରିଜ୍ ପାର ହେଉଥିବା ବେଳେ ବୁଡ଼ିଗଲା କାର୍, ୨ଜଣଙ୍କର ଚାଲିଗଲା ଜୀବନ

ସବୁଠାରୁ ସହଜ ଉପାୟ ହେଉଛି ଆଧାର ଆପ୍ ଅର୍ଥାତ୍ My Aadhaar App ଫୋନରେ ଡାଉନଲୋଡ୍ କରିବା ଏବଂ ଏହା ମାଧ୍ୟମରେ ଆଧାରରେ ନାମ, ଠିକଣା କିମ୍ବା ଜନ୍ମ ତାରିଖ ମାଗଣାରେ ଅପଡେଟ୍ କରିବା।

୧୪ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଆଧାରର ମାଗଣା ସେବା ହାସଲ କରି ଲୋକ ନିଜ ଆଧାର କାର୍ଡ ଅପଡେଟ୍ କରିପାରିବେ ବୋଲି ୟୁଆଇଡିଏଆଇ କହିଛି। ଏଥିରେ ଲଗଇନ୍ କରି ଆବଶ୍ୟକ ତଥ୍ୟ ପ୍ରଦାନ କଲେ ଆଧାରରେ ଥିବା ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ। ପରେ ଓଟିପି ପ୍ରଦାନ କରି ଅପଡେଟ୍ କରାଯାଇ ପାରିବ।

ଅନଲାଇନରେ ଅପଡେଟ୍ ପାଇଁ ୟୁଆଇଡିଏଆଇର ଅଫିସିଆଲ୍ ୱେବସାଇଟ୍ https://uidai.gov.in/ କୁ ଲଗ୍ଇନ୍ କରିବାକୁ ହେବ।
ମୂଳପୃଷ୍ଠାରେ ମାଇଁ ଆଧାର ପୋର୍ଟାଲକୁ ଯାଇ ଏବଂ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ପ୍ରାପ୍ତ ଓଟିପି ବ୍ୟବହାର କରି ଲଗ୍ ଇନ୍ କରିବାକୁ ହେବ।
ବିବରଣୀ ଯାଞ୍ଚ କରି ଯଦି ଏହା ସଠିକ୍ ଅଛି ତେବେ ଉପଯୁକ୍ତ ବାକ୍ସକୁ ଟିକ୍ କରିବାକୁ ହେବ। ଯଦି ସୂଚନା ଭୁଲ ଅଟେ, ଡ୍ରପ୍ ଡାଉନ୍ ମେନୁରୁ ପରିଚୟ ଡକ୍ୟୁମେଣ୍ଟ ଚୟନ କରି ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବାକୁ ହେବ। ଏହି ଡକ୍ୟୁମେଣ୍ଟ୍ ଜେପିଇଜି, ପିଏନଜି ଏବଂ ପିଡିଏଫ ଭାବରେ ଅପଲୋଡ୍ ହୋଇପାରିବ।

ମାଗଣା ଆଧାର ଅପଡେଟ୍ ସେବା କେବଳ ଅନଲାଇନରେ ଉପଲବ୍ଧ। ଆଧାର କାର୍ଡରେ କୌଣସି ପ୍ରକାରର ଅପଡେଟ୍ ପାଇଁ ଆଧାର କେନ୍ଦ୍ରକୁ ଗଲେ ନିର୍ଦ୍ଦିଷ୍ଟ ଦେୟ ଦେବାକୁ ପଡିବ। କିଛି ଅପଡେଟ୍, ଯେପରିକି ଆଇରିସ୍ କିମ୍ବା ବାୟୋମେଟ୍ରିକ୍ ଡାଟା ଅପଡେଟ୍, କେବଳ ଆଧାର କେନ୍ଦ୍ରରେ ହିଁ କରାଯାଇପାରିବ।

Get real time updates directly on you device, subscribe now.