କରିନାହାନ୍ତି ପିଲାଙ୍କ ଆଧାର କାର୍ଡ? ହୋଇପାରିବନି ସ୍କୁଲରେ ଆଡମିଶନ୍, ଏହି ପ୍ରକ୍ରିୟାରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଆଜିର ସମୟରେ ଆଧାରକାର୍ଡ ଏକ ଗୁରୁତ୍ୱପର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରକାର୍ଡ ବିନା ଆପଣ ସରକାରୀ ଯୋଜନାର ଲାଭ ଉଠାଇବାରୁ ବଞ୍ଚିତ ହୋଇପାରିବେ । ଆଧାରକାର୍ଡକୁ ପରିଚୟ ପ୍ରମାଣ ଓ ଠିକଣା ଚିହ୍ନଟ ପାଇଁ ବ୍ୟବହାର କରାଯାଏ । ଆଧାର କାର୍ଡ ଏତେ ଉପଯୋଗୀ ଯେ, ସରକାରଙ୍କ ଦ୍ୱାରା ପ୍ରତ୍ୟେକ ନାଗରିକଙ୍କୁ ଆଧାର କାର୍ଡ କରିବାକୁ ପରାମର୍ଶ ଦିଆଯାଇଛି । ଏପରିକି ପିଲାମାନଙ୍କ ପାଇଁ ଏବେ ଆଧାର କାର୍ଡର ସୁବିଧା ଉପଲବ୍ଧ ହୋଇଛି । ଏହି ପରିପ୍ରେକ୍ଷୀରେ ୟୁଆଇଡିଏଆଇ ସୂଚନା ଦେଇଛି ଯେ, ଏବେ ଶିଶୁଙ୍କ ପାଇଁ ଆଧାର କାର୍ଡ ପ୍ରସ୍ତୁତ କରିବା ଅଧିକ ସହଜ ହୋଇଛି । ପିଲାଙ୍କ ଆଧାର କରିବାକୁ ଆପଣଙ୍କୁ କୌଣସି କଠିନ ଆଇନଗତ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ ନାହିଁ ।

ଏଥିପାଇଁ ଶିଶୁର ଜନ୍ମ ପ୍ରମାଣପତ୍ର ବା ହସ୍ପିଟାଲରେ ପ୍ରାପ୍ତ ଡିସଚାର୍ଜ ସ୍ଲିପ୍ ସହିତ ପିତା ବା ମାତାଙ୍କର ଆଧାର କାହଁ ଜମା କରିବାକୁ ପଡିବ । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ, ଯଦି ଆପଣ ଜନ୍ମ ହୋଇଥିବା ଶିଶୁର ଆଧାର ଜନ୍ମ ତିଆରି କରିବାକୁ ଚାହୁଁଛନ୍ତି ବା ଶିଶୁର ପରିଚୟ ପଞ୍ଜିକୃତ କରିବାକୁ ଚାହୁଁଛନ୍ତି, ତେବେ ଆପଣ କେବଳ ହସ୍ପିଟାଲର ଡିସଚାର୍ଜ ସ୍ଲିପ୍ ଜମା କରି ପ୍ରକ୍ରିୟା ଆରମ୍ଭ କରିପାରିବେ ।

ତେବେ ଭାରତ ସରକାର ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କ ପାଇଁ ଏକ ପୃଥକ ନୀଳ ରଙ୍ଗର ଆଧାର କାର୍ଡ ପ୍ରବର୍ତ୍ତନ କରିଛନ୍ତି, ଯାହାକୁ ଆମେ ବାଳ ଆଧାର ଭାବରେ ଜାଣୁ । ଏହି ନୂଆ ନିୟମ ଅନୁଯାୟୀ, ପାଞ୍ଚ ବର୍ଷରୁ କମ୍ ପିଲାମାନଙ୍କ ପାଇଁ କୌଣସି ବାୟୋମେଟ୍ରିକ୍ ବିବରଣୀ ପ୍ରଦାନ କରିବାର ଆବଶ୍ୟକତା ନାହିଁ । ଅବଶ୍ୟ, ଥରେ ପିଲା ପାଞ୍ଚ ବର୍ଷ ବୟସ ହୋଇଗଲେ, ବାୟୋମେଟ୍ରିକ୍ ଅପଡେଟ୍ କରିବା ଆବଶ୍ୟକ ହୋଇଯାଏ । ଏହା ପରେ ବାୟୋମେଟ୍ରିକ୍ ସ୍ଥଗିତ ରଖିବା ଠିକ୍ ନୁହେଁ ।

ଅନ୍ୟପଟେ ୫ରୁ ୧୫ ବର୍ଷ ମଧ୍ୟରେ ଥିବା ପିଲାମାନେ ଯଦି ଆଧାର କାର୍ଡ କରିବାକୁ ଚାହୁଁଛନ୍ତି ତାହେଲେ ଦସ୍ତାବିଜ୍ ଆଧାରରେ ଜନ୍ମ ସାର୍ଟିିଫିକେଟ୍ ଦରକାର ପଡ଼ିବ । ପିଲାଙ୍କ ନାମ ଥିବା ଯେକୌଣସି ଆଇଡି ଯେପରିକି ସ୍କୁଲ୍ ଆଇଟି କାର୍ଡ । ଏହା ବ୍ୟତୀତ ସ୍ଥାୟୀ ପ୍ରମାଣ ପତ୍ର ମଧ୍ୟ ଆବଶ୍ୟକ । ଏହା ପରେ ପାସ୍ ଫଟୋ ସାଇଜ୍ ଫଟୋ ମଧ୍ୟ ଜରୁରୀ ।

ଛୋଟ ବେଳରୁ ହିଁ ପିଲାମାନଙ୍କ ଆଧାର କାର୍ଡ କରିବା ଦ୍ୱାରା ସାବାଳକ ହେବା ସମୟରେ ସେମାନେ ଡ୍ରାଇଭିଂ ଲାଇସେନ୍ସ ତିଆରି କରିପାରିବେ ଓ ମତଦାନ ପ୍ରମାଣ ପତ୍ର ବି କରିପାରିବେ । ଏହା ବ୍ୟତୀତ ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲିବା ଠାରୁ ସ୍କୁଲରେ ଆଡମିଶନ୍ କରିବା ପର୍ଯ୍ୟନ୍ତ ସବୁଠି ଏବେ ଆଧାର କାର୍ଡର ଆବଶ୍ୟକତା ପଡ଼ୁଛି । ତେଣୁ ପିଲାମାନଙ୍କ ଆଧାର କାର୍ଡ ବା ପରିଚୟ ପ୍ରମାଣ ପତ୍ର ନିହାତି ଗରୁରୀ ।