fbpx

ସରକାରୀ କେନ୍ଦ୍ରରେ ଗହମ ବିକ୍ରି କରିବା ପାଇଁ ଭଗବାନ ଶ୍ରୀରାମଙ୍କର ଆଧାର କାର୍ଡ ଦରକାର, ବିବାଦରେ ଫସିଲେ ଏସଡିଏମ୍

ବାନ୍ଦା: ରାମରାଜ୍ୟ ଉତ୍ତରପ୍ରଦେଶରେ ପ୍ରଭୁ ଶ୍ରୀରାମଙ୍କୁ ନେଇ ଅଜବ ମାମଲା ସାମନାକୁ ଆସିଛି । ଗହମ ବିକ୍ରି କରିବା ପାଇଁ ଶ୍ରୀରାମଙ୍କର ଆଧାର କାର୍ଡ ଦରକାର । ଏନେଇ ଅଭିଯୋଗ କରିଛନ୍ତି ବାନ୍ଦା ଜିଲ୍ଲାର ରାମ ଜାନକୀ ମନ୍ଦିରର ଜଣେ ପୂଜକ । ଏହି ମାମଲାର ଫସିଛନ୍ତି ଏସଡିଏମ୍ । ମନ୍ଦିର ପରିସରରୁ ଉତ୍ପାଦିତ ଗହମକୁ ସରକାରୀ କେନ୍ଦ୍ରରେ ବିକ୍ରି ପାଇଁ ଶ୍ରୀରାମଙ୍କର ଆଧାର କାର୍ଡ ଲୋଡ଼ାଥିବା ଏସଡିଏମ କହିଥିଲେ ବୋଲି ପୂଜକ ଜଣକ ଅଭିଯୋଗ କରିଛନ୍ତି ।

ସୂଚନା ଅନୁଯାୟୀ, ରାମକୁମାର ଦାସ ନାମକ ଜଣେ ପୂଜାରୀ ରାମ ଜାନକୀ ମନ୍ଦିରରେ ପୂଜା କାର୍ଯ୍ୟ କରିଥାନ୍ତି । ମନ୍ଦିର ପରିସରୁ ଉତ୍ପାଦିତ ଫସଲକୁ ବିକ୍ରି କରି ସେଥିରୁ ମିଳୁଥିବା ଅର୍ଥରେ ମନ୍ଦିରର ବାର୍ଷିକ ଖର୍ଚ୍ଚ ଉଠାଯାଏ । ମାତ୍ର ଆଧାର କାର୍ଡ ପାଇଁ ଶ୍ରୀରାମଙ୍କର ଅଙ୍ଗୁଠି ଛାପ କିପରି କରାଯିବ ସେନେଇ ରାମକୁମାର ଚିନ୍ତାରେ ରହିଛନ୍ତି । ତେବେ ଏସଡିଏମ କେବଳ ସରକାରଙ୍କ କ୍ରୟ ନୀତି ବିଷୟରେ କହିଥିଲେ, ଆଧାର କାର୍ଡ ଆଣିବା ବିଷୟ କୁଆଡ଼ୁ ଆସିଲା । ସେ ଅନ୍ୟ ପ୍ରସଙ୍ଗରେ ଆଧାର କାର୍ଡ କଥା କହିଥିଲେ ବୋଲି ଏସଡିଏମ ସୂଚନା ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.