fbpx

ଏକସଙ୍ଗେ ୧୦ ସନ୍ତାନଙ୍କୁ ଜନ୍ମଦେଇ ବିଶ୍ୱ ରେକର୍ଡ କଲେ ମହିଳା

କେପଟାଉନ୍: ସାଉଥ୍ ଆଫ୍ରିକାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମନାକୁ ଆସିଛି । ଜଣେ ମହିଳା ୧୦ ଜଣ ସନ୍ତାନଙ୍କୁ ଏକ ସଙ୍ଗେ ଜନ୍ମ ଦେଇଛନ୍ତି । କିଛି ମାସ ତଳେ ମରକୋର ହଲିମା ସିସି ନାମକ ଜଣେ ମହିଳା ୯ ଜଣ ସନ୍ତାନଙ୍କୁ ଏକ ସଙ୍ଗେ ଜନ୍ମ ଦେଇଥିଲେ । ମାତ୍ର ୩୭ ବର୍ଷୀୟା ଗୋସିୟାମି ଧମାରା ସିଟହୋଲ ନାମକ ଜଣେ ମହିଳା ୧୦ ସନ୍ତାନଙ୍କୁ ଜନ୍ମ ଦେଇ ହଲିମାଙ୍କ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

ରିପୋର୍ଟ ମୁତାବକ, ଏକସଙ୍ଗେ ୮ଟି ସନ୍ତାନ ଜନ୍ମ ନେବେ ବୋଲି ଗୋସିୟାମିଙ୍କ ପତି ପୂର୍ବରୁ ଆଶା କରିଥିଲେ । ଏନେଇ ସମସ୍ତ ପ୍ରକାର ପ୍ରେଗନାନ୍ସି ଯାଞ୍ଚ କରାଯାଇଥିଲା । ସନ୍ତାନଙ୍କୁ ନେଇ ଉଭୟେ ଖୁସି ରହିଥିବା ଦମ୍ପତ୍ତି ପ୍ରକାଶ କରିଛନ୍ତି । ଏତେସଂଖ୍ୟକ ଛୁଆଙ୍କୁ ଜନ୍ମ ଦେବା ଗୋସିୟାମିଙ୍କ ପାଇଁ ଏକ ସାଧାରଣ କଥା ନଥିଲା । ଅପରେସନ୍ ସମୟରେ ଡାକ୍ତରମାନେ ଅତ୍ୟନ୍ତ ସାବଧାନତାର ସହ କାର୍ଯ୍ୟ କରି ଛୁଆମାନଙ୍କୁ ବଞ୍ଚାଇ ରଖିବାରେ ସଫଳ ହୋଇଥିଲେ । ଗୋସିୟାମି ପ୍ରାକୃତିକ ଉପାୟରେ ଗର୍ଭଧାରଣ କରିଥିଲେ । ସେ ପୂର୍ବରୁ ରୋଗରେ ପୀଡ଼ିତ ଥିବାରୁ ଗର୍ଭଧାରଣ ସମୟରେ ବହୁତ ସମସ୍ୟା ଦେଖାଦେବା ସହ ଯନ୍ତ୍ରଣା ହୋଇଥିଲା । ତାଙ୍କର ଛୁଆମାନେ ଜୀବିତାବସ୍ଥାରେ ଧରାପୃଷ୍ଠକୁ ଆସିଥିବାରୁ ସେ ଈଶ୍ୱରଙ୍କୁ ଧନ୍ୟବାଦ ଦେଇଛନ୍ତି ବୋଲି କହିଛନ୍ତି ଗୋସିୟାମି ।

Get real time updates directly on you device, subscribe now.