fbpx

AAI Recruitment 2024: ୪୯୦ କନିଷ୍ଠ କାର୍ଯ୍ୟନିର୍ବାହୀ ପଦବୀରେ ବାହାରିଲା ନିଯୁକ୍ତି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ପିଲାଙ୍କ ପାଇଁ ଖୁସି ଖବର । ଏୟାରପୋର୍ଟ ଅଥରିଟୀ ଅଫ ଇଣ୍ଡିଆ ଜୁନିଅର କାର୍ଯ୍ୟନିର୍ବାହୀ ପଦବୀରେ ନିଯୁକ୍ତିର ସୁଯୋଗ ଆଣିଛି । ବର୍ତ୍ତମାନ ନିଯୁକ୍ତି ପାଇଁ ଆପ୍ଲିକେସନ ପ୍ରୋସେସ ଆରମ୍ଭ କରାଯାଇ ନାହିଁ । ଆରମ୍ଭ ହେବା ପରେ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ www.aai.aero କୁ ଯାଇ ଆପ୍ଲାଏ କରିପାରିବେ । ଏହି ନିଯୁକ୍ତି ଅଭିଯାନ GATE 2024 ମାଧ୍ୟମରେ ୪୯୦ ଜୁନିୟର କାର୍ଯ୍ୟନିର୍ବାହୀ ପଦବୀ ପୂରଣ ପାଇଁ ଲକ୍ଷ ରଖିଛି ।
ଏହି ପଦବୀ ପାଇଁ ଆପ୍ଲିକେସନ ପ୍ରୋସେସ ୨ ଏପ୍ରିଲରୁ ଆରମ୍ଭ ହେବ । ସେହିପରି ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ମେ’ ୧ ତାରିଖରେ ସମାପ୍ତ ହେବ ।

ଏହି ନିଯୁକ୍ତି ମାଧ୍ୟମରେ ସମୁଦାୟ ୪୯୦ ଜୁନିୟର କାର୍ଯ୍ୟନିର୍ବାହୀ ପଦବୀରେ ପୂରଣ କରାଯିବ ।
-କନିଷ୍ଠ କାର୍ଯ୍ୟନିର୍ବାହୀ(ଆରକିଟେକ୍ଚର):୩
-ଜୁନିୟର କାର୍ଯ୍ୟନିର୍ବାହୀ (ଇଞ୍ଜିନିୟରିଂ-ସିଭିଲ):୯୦
-କନିଷ୍ଠ କାର୍ଯ୍ୟନିର୍ବାହୀ (ଇଞ୍ଜିନିୟରିଂ-ଇଲେକ୍ଟ୍ରିକାଲ): ୧୦୬
– କନିଷ୍ଠ କାର୍ଯ୍ୟନିର୍ବାହୀ(ଇଲେକ୍ଟ୍ରୋନିକ୍ସ):୨୭୮
– କନିଷ୍ଠ କାର୍ଯ୍ୟନିର୍ବାହୀ( ଇନଫରମେସନ ଟେକ୍ନୋଲୋଜୀ): ୧୩

ଏହି ନିଯୁକ୍ତିରେ ଆବେଦନ କରିବା ପାଇଁ ୨୭ ବର୍ଷ ହେବା ଆବଶ୍ୟକ । ବୟସ ସୀମାରେ ଏସସି/ଏସଟି ପାଇଁ ତିନି ବର୍ଷର ଆଶ୍ୱସ୍ତି ଦିଆଯାଇଛି । ତେବେ ଆବେଦନ ଶୁଳ୍କ ୩୦୦ ଟଙ୍କା ରଖାଯାଇଛି । ଏହା ବ୍ୟତୀତ ଏସସି/ଏସଟି/ପିଡବ୍ଲୁବିଡି ପ୍ରାର୍ଥୀ/ପ୍ରଶିକ୍ଷାର୍ଥୀ ଯେଉଁମାନେ ../ ମହିଳା ପ୍ରାର୍ଥୀଙ୍କ ଏକ ବର୍ଷ ଶିକ୍ଷାଦାନ ତାଲିମ ସମାପ୍ତ କରିଛନ୍ତି ସେମାନଙ୍କୁ ଆବେଦନ ଶୁଳ୍କ ଛାଡ କରାଯାଇଛି ।

Get real time updates directly on you device, subscribe now.