(Video) ଜମିଗଲା ‘Aaj Ki Raat’… ତମନ୍ନାଙ୍କ ଗୀତରେ ଠୁମକା ଲଗାଇଲେ ଇରଫାନ୍: ସବୁ ଦେଖି କାବା

ଓଡ଼ିଶା ଭାସ୍କର: ୨୦୨୪ର ବ୍ଲକବଷ୍ଟର ଫିଲ୍ମ ‘ସ୍ତ୍ରୀ-୨’ରେ ବେଶ୍ ସୁପରହିଟ ହୋଇଥିଲା ‘ଆଜ୍ କି ରାତ୍’ ଗୀତ । ତମନ୍ନା ଭାଟିଆଙ୍କ ଏଣ୍ଟ୍ରି ସାଙ୍ଗକୁ ଦମଦାର ଡାନ୍ସର ଜଲୱା ସିନେପ୍ରେମୀଙ୍କୁ ମତୁଆଲା କରିଦେଇଛି । ଏହି ଗୀତରେ ତମନ୍ନାଙ୍କ ଦମଦାର ସିଜଲିଙ୍ଗ ଡାନ୍ସକୁ ବେଶ୍ ପସନ୍ଦ କରିଛନ୍ତି ଯୁବପିଢୀ । ଏହି ଗୀତ ହିଟ୍ ହେବା ପରେ ସୋସିଆଲ ମିଡିଆରେ ଅନେକ ରିଲ୍ ଅନେକ ଭିଡିଓ ଅପଲୋଡ ହୋଇଛି । କିନ୍ତୁ ବର୍ତ୍ତମାନ ଏହି ଗୀତରେ ଆଉ ଏକ ଭିଡିଓ ଅପଲୋଡ ହୋଇଛି, ଯାହା ଖୁବ ଭାଇରାଲ ହେଉଛି । କିନ୍ତୁ ଏହି ଭିଡିଓରେ ଜଣେ ଯୁବକ ତମନ୍ନାଙ୍କ ଭଳି ଠୁମକା ଲଗାଉଥିବାର ଦେଖାଯାଇଛି ।

ଇନଷ୍ଟାଗ୍ରାମରେ ନାମକ ଏକ ଆକାଉଣ୍ଟରୁ ଏହି ଭିଡିଓ ଅପଲୋଡ କରାଯାଇଛି । ଏହି ଭିଡିଓରେ ଜଣେ ଯୁବକ ତମନ୍ନା ଭାଟିଆଙ୍କ ସୁପରହିଟ ଗୀତ ‘ଆଜ୍ କି ରାତ୍’(ସ୍ତ୍ରୀ-୨)ରେ ଦମଦାର ଡାନ୍ସ କରୁଥିବାର ଦେଖାଯାଇଛି । ତମନ୍ନାଙ୍କ ପରି ଠୁମକା ଲଗାଇ ଏହି ଗୀତରେ ଖୁବ ଝୁମିଛନ୍ତି ଯୁବକ । ଏହି ଗୀତରେ ତମନ୍ନାଙ୍କ ଭଳି କିଛି ଷ୍ଟେପ୍ସ ମଧ୍ୟ କପି କରିବାକୁ ପ୍ରୟାସ କରିଛନ୍ତି ଏହି ଡାନ୍ସର । ସିଜଲିଙ୍ଗ ଅନ୍ଦାଜରେ ଯୁବକଙ୍କ ଏହି ଡାନ୍ସ ଭିଡିଓ ଏବେ ଖୁବ ଭାଇରାଲ ହେଉଛି । ତେବେ ଭିଡିଓକୁ ଦେଖିଲେ ଏହା ଏକ ମେହେନ୍ଦୀ ଫଙ୍କସନର ବୋଲି ଜଣାଯାଉଛି । ତେବେ ଏହି ସୁପରହିଟ୍ ଗୀତରେ ଯୁବକଙ୍କ ଦମଦାର ଡାନ୍ସ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

 

View this post on Instagram

 

A post shared by IRFAN RAJ | DANCER | (@iamirfanraj97)

ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହି ଭିଡିଓକୁ ପସନ୍ଦ କରିଥିବା ବେଳେ କିଛି ୟୁଜର ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି । କିଛି ଦିନ ତଳେ ସ୍ତ୍ରୀ-୨ ସାରା ବକ୍ସ ଅଫିସରେ ଏକ ନୂଆ ଇତିହାସ ସୃଷ୍ଟି କରିଥିଲା । ପୁଷ୍ପା-୨ ରିଲିଜ ହେବା ପୂର୍ବରୁ ସ୍ତ୍ରୀ-୨ ଚଳିତବର୍ଷର ସବୁଠାରୁ ଅଧିକ କଲେକ୍ସନ କରିଥିବା ଫିଲ୍ମ ପାଲଟିଥିଲା । ତେବେ ଏହି ଫିଲ୍ମରେ ତମନ୍ନା କିଛି ସମୟ ପାଇଁ ନଜର ଆସିଥିଲେ । କିନ୍ତୁ ଅଳ୍ପ ସମୟରେ ସିନେପ୍ରେମୀଙ୍କୁ ବାନ୍ଧି ରଖିବାରେ ସେ ସଫଳ ହୋଇଛନ୍ତି ।