ନୂଆଦିଲ୍ଲୀ: ୨୦୧୨ ରେ ଆନ୍ନା ହଜାରେଙ୍କ ନେତୃତ୍ୱାଧୀନ ଦୁର୍ନୀତି ବିରୋଧୀ ଆନ୍ଦୋଳନରୁ ମୁଣ୍ଡ ଟେକିଥିବା ଆମ୍ ଆଦମୀ ପାର୍ଟୀ ହେଲା ଜାତୀୟ ଦଳ ମାନ୍ୟତାକୁ ଉନ୍ନୀତ ହୋଇଛି । ଦଳ ବର୍ତ୍ତମାନ ଦୁଇଟି ରାଜ୍ୟ – ଦିଲ୍ଲୀ ଏବଂ ପଞ୍ଜାବରେ କ୍ଷମତାରେ ଅଛି । ସେହିପରି ମମତା ବାନାର୍ଜିଙ୍କ ନେତୃତ୍ୱାଧିନ ତୃଣମୂଳ କଂଗ୍ରେସ (ଟିଏମସି) ଏବଂ ଶରଦ ପାୱାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଜାତୀୟ ଦଳର ମାନ୍ୟତା ହରାଇଛନ୍ତି ।
ନିୟମ ଅନୁଯାୟୀ ଏକ ରାଜନୈତିକ ଦଳକୁ ଜାତୀୟ ଦଳ ଭାବରେ ମାନ୍ୟତା ପାଇବାକୁ ହେଲେ ଏହାକୁ ଲୋକସଭାର ଚାରି କିମ୍ବା ଅଧିକ ରାଜ୍ୟ (କିମ୍ବା) ୨% ଆସନରେ ଏକ ସ୍ୱୀକୃତିପ୍ରାପ୍ତ ରାଜ୍ୟ ଦଳ ହେବାକୁ ପଡିବ। ଥରେ କୌଣସି ଦଳ ଜାତୀୟ ଦଳର ମାନ୍ୟତା ହରାଇଲେ, ଦଳ ସେହି ପ୍ରାର୍ଥୀମାନଙ୍କ ପାଇଁ ସାଧାରଣ ଚିହ୍ନ ପାଇବ ନାହିଁ ଯେଉଁଠାରେ ଏହା ସ୍ୱୀକୃତିପ୍ରାପ୍ତ ନୁହେଁ।
Election Commission of India recognises Aam Aadmi Party (AAP) as a national party.
Election Commission of India derecognises CPI and TMC as national parties. pic.twitter.com/9ACJvofqj6
— ANI (@ANI) April 10, 2023
ଉଦାହରଣ ସ୍ୱରୂପ, ତୃଣମୂଳ କଂଗ୍ରେସ ପ୍ରାର୍ଥୀମାନେ ଯଦି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାଁନ୍ତି ତେବେ କର୍ଣ୍ଣାଟକରେ ନିର୍ବାଚନ ପାଇଁ ଏହାର ଚିହ୍ନ ପାଇବେ ନାହିଁ।
ଭାରତରେ ବହୁଦଳୀୟ ବ୍ୟବସ୍ଥା ରହିଥିବା ବେଳେ ଆଜିର ସଂସୋଧନ ପରେ ଏବେ ଦେଶର ୬ଟି ଜାତୀୟ ଦଳ (କଂଗ୍ରେସ, ବିଜେପି, ସିପିଏମ୍, ବାହୁଜନ ସମାଜ ପାର୍ଟି, ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ଏବଂ ସର୍ବଶେଷ ପ୍ରବେଶକାରୀ ଆମ୍ ଆଦମୀ ପାର୍ଟି) ରହିଛନ୍ତି ।
ଏହା ବ୍ୟତୀତ ଆଞ୍ଚଳିକ ଦଳଗୁଡିକରେ ନିର୍ବାଚନ ଆୟୋଗ ଭାରତ ରାଷ୍ଟ୍ର ସମିତି (ବିଆରଏସ) ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ରୁ ଆଞ୍ଚଳିକ ଦଳର ମାନ୍ୟତା ପ୍ରତ୍ୟାହାର କରି ନେଇଛନ୍ତି।ନିର୍ବାଚନ ଆୟୋଗ ନିଜେ ସ୍ୱୀକୃତିପ୍ରାପ୍ତ ଜାତୀୟ ତଥା ରାଜ୍ୟ ରାଜନୈତିକ ଦଳର ସ୍ଥିତି ସମୀକ୍ଷା କରନ୍ତି, ଯାହା ପ୍ରତୀକ ଅର୍ଡର ୧୯୬୮ ଅଧୀନରେ ଏକ ନିରନ୍ତର ପ୍ରକ୍ରିୟା। ୨୦୧୯ ବର୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ୧୬ ଟି ରାଜନୈତିକଲେ ଦଳର ସ୍ଥିତିକୁ ଉନ୍ନତ କରିଛନ୍ତି ଏବଂ ୯ଟି ଜାତୀୟ / ରାଜ୍ୟ ରାଜନୈତିକ ଦଳର ବର୍ତ୍ତମାନର ସ୍ଥିତି ପ୍ରତ୍ୟାହାର କରିଛନ୍ତି।