ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ‘ଆମ ବସ୍’ ସେବା ଠପ୍ ରହିଛି। ବିନା କାରଣରେ ଡ୍ରାଇଭର୍ ଓ କଣ୍ଡକ୍ଟରଙ୍କୁ ମାଡ଼ ଅଭିଯୋଗ ହୋଇଛି। ଏଥିପାଇଁ ଆନ୍ଦୋଳନ ଜାରି ରହିଛି। ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ବସ୍ ଡ୍ରାଇଭର ଓ କଣ୍ଡକ୍ଟର।
‘ଆମ ବସ୍’ ଡିପୋରେ ବସ୍ ରଖି ଅନ୍ଦୋଳନରେ ବସିଛନ୍ତି ବସ୍ ଡ୍ରାଇଭର ଓ କଣ୍ଡକ୍ଟର। ସୁରକ୍ଷା ଦେଲେ ଗାଡ଼ି ଚଳାଇବୁ କହିଲେ ଆନ୍ଦୋଳନକାରୀ। ବିନା କାରଣରେ ଲୋକେ ମାଡ଼ ମାରିବାରୁ ପ୍ରତିବାଦ ହୋଇଛି। ବସ୍ ସେବା ଠପ୍ ପାଇଁ ଯାତ୍ରୀମାନେ ଅସୁବିଧାର ଶିକାର ହୋଇଛନ୍ତି।