fbpx

ଅରବିନ୍ଦ କେଜରିୱାଲଙ୍କୁ ବଡ଼ ଝଟକା ଦେଲେ ଦିଲ୍ଲୀ ସରକାର: AAPକୁ ୧୬୪ କୋଟି ରିକଭରି କରିବାକୁ ନୋଟିସ୍, ୧୦ ଦିନର ସମୟ

Advertisement

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି (AAP) ସରକାରଙ୍କ ଆଉ ଏକ ସମସ୍ୟା ବଢ଼ିଯାଇଛି । ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ନିଜ ସରକାରଙ୍କ ପକ୍ଷରୁ ଏକ ବଡ ଝଟକା ଲାଗିଛି । ଦିଲ୍ଲୀ ସରକାରଙ୍କ ଡିଆଇପି ଅର୍ଥାତ୍ ସୂଚନା ଓ ପ୍ରଚାର ସଚିବଙ୍କ ଦ୍ୱାରା AAP ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲକୁ ପ୍ରାୟ ୧୬୪ କୋଟି ଟଙ୍କା ରିକଭରି ନୋଟିସ ଜାରି କରାଯାଇଛି, ଯାହାକୁ ୧୦ ଦିନ ମଧ୍ୟରେ ଜମା କରିବାକୁ କୁହାଯାଇଛି ।

ତେବେ ସରକାରୀ ବିଜ୍ଞାପନ ନାମରେ ନିଜ ଦଳିୟ ରାଜନୈତିକ ବିଜ୍ଞାପନ ପ୍ରକାଶ କରିଥିବା ଅଭିଯୋଗରେ ଆମ୍ ଆଦମୀ ପାର୍ଟିକୁ ମୋଟ ୧୬୩.୬୨ କୋଟି ଟଙ୍କା ରିକଭରି କରିବାକୁ ବିଜ୍ଞପ୍ତି ଜାରି କରାଯାଇଛି ।

ସରକାରୀ ବିଜ୍ଞାପନ ନାମରେ ପ୍ରକାଶିତ ରାଜନୈତିକ ବିଜ୍ଞାପନ ପାଇଁ ଆମ୍ ଆଦମୀ ପାର୍ଟିରୁ ୯୭ କୋଟି ଟଙ୍କା ଫେରସ୍ତ କରିବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସକସେନା, ଯାହାର ଏକ ମାସ ପରେ ଏହି ଘଟଣା ଦେଖିବାକୁ ମିଳିଛି । ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀ ସରକାରଙ୍କ ସୂଚନା ଏବଂ ପ୍ରଚାର ବିଭାଗ ଏହି ବିଜ୍ଞପ୍ତି ଜାରି କରିଛି ।

Get real time updates directly on you device, subscribe now.