ବିନା ବିଭାଗରେ ୨୦ ମାସ ମନ୍ତ୍ରୀ, ସାମ୍ନାକୁ ଆସିଲା ସତ, ଛଡ଼ାଇ ନିଆଗଲା ବିଭାଗ

ଅସ୍ତିତ୍ୱହୀନ ବିଭାଗର ୨୦ ମାସ କାଳ ମନ୍ତ୍ରୀ ହୋଇ ବସିଥିଲେ APP ନେତା। ସତ ଜଣାପଡ଼ିବା ପରେ ଛଡ଼ାଇ ନିଆଗଲା ବିଭାଗ।

ପଞ୍ଜାବ: ବିନା ମନ୍ତ୍ରାଳୟରେ ମନ୍ତ୍ରୀ ପଦ। ଯେଉଁ ବିଭାଗର କୌଣସି ଅସ୍ତିତ୍ତ୍ୱ ନାହିଁ ସେହିପରି ବିଭାଗରେ ପାଖାପାଖି ୨୦ ମାସ ହେବ ମନ୍ତ୍ରୀ ରହିଆସିଛନ୍ତି ଜଣେ ମନ୍ତ୍ରୀ। ଏକଥା ସାମ୍ନାକୁ ଆସିବା ପରେ ତାଙ୍କ ପାଖରୁ ସେ ପଦ ଛଡ଼ାଇ ନିଆଯାଇଛି। ଯେଉଁ ପକ ଦି କେବଳ କାଗଜ ପତ୍ରରେ ହିଁ ସୀମିତ ଥିଲା।

ହଁ ଏହି ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଦୀର୍ଘ ଦିନ ହେବ ଜଣେ ମନ୍ତ୍ରୀ ଭାବରେ ଏକ ବିଭାଗରେ କାମ କରିଆସୁଥିଲେ। ହେଲେ ଏବେ ଜଣାପଡିଛିକି ସେ ଯେଉଁ ବିଭାଗରେ କାମ କରୁଥିଲେ ମୂଳରୁ ସେପରି କୌଣସି ବିଭାଗ ହିଁ ନାହିଁ। ଏଘଟଣାଟି ହେଉଛି ପଞ୍ଜାବର। ଆଉ ସେ ନେତା ଜଣକ ହେଉଛନ୍ତି କୁଲଦୀପ ସିଂହ ଧାଲିୱାଲ।

ବିନା ମନ୍ତ୍ରାଳୟରେ ମନ୍ତ୍ରୀ: ତେବେ ଆପଣମାନେ ଅନେକ ସମୟରେ ଦେଖିଥିବେ ଏପରି ଅନେକ ଘଟଣା ଘଟିଛି। କି ସରକାରରେ ଥିବା ଦଳର ନେତା ମନ୍ତ୍ରୀମାନେ କ୍ଷମତା ବଳରେ ଯାହା ଇଚ୍ଛା ସେଇଆ କରିପାରନ୍ତି।

ହେଲେ ଏଠି ଆପର ଜଣେ ନେତା କୌଣସି ବିଭାଗ ନଥାଇ ମନ୍ତ୍ରୀ ହୋଇଛନ୍ତି। ତାହା ପୁଣି ୨୦ ମାସ ସେହି ମିଛ ବିଭାଗକୁ ଚଲାଇଆସୁଛନ୍ତି। ଯାହାର ସତ ଏବେ ସାମ୍ନାକୁ ଆସିବା ପରେ ତାଙଅକ ପାଖରୁ ସେ ବିଭାଗ ଛଡାଇନିଆଯାଇଛି।

ବିଭାଗ ବଣ୍ଟନ: ଯଦି ଦେଖିବା ପଞ୍ଜାବରେ ଯେତେବେଳେ ଆପ୍ ସରକାର ଆସିଲା। ସେତେବେଳେ ବିଭିନ୍ନ ବିଭାଗ ବଣ୍ଟନ କରାଯାଇଥିଲା। ସେତେବେଳେ ଆପ୍ ନେତା କୁଲଦୀପ ସିଂହଙ୍କୁ ମଧ୍ୟ ଦୁଇଟି ବିଭାଗର ଦାୟିତ୍ୱ ଦିଆଯାଇଥିଲା।

ଗୋଟିଏ ହେଲା ପ୍ରଶାସନିକ ସଂସ୍କାର ବିଭାଗ ଓ ଅନ୍ୟଟି ହେଲା ପ୍ରବାସୀ ଭାରତୀୟ ବ୍ୟାପାର ବିଭାଗ। ହେଲେ ୨୦ ମାସ ସରକାର ବିଭାଗ ଚଳାଇବା ପରେ ଭଗବନ୍ତଙ୍କ ସରକାର ହୃଦୟଙ୍ଗମ କରିପାରିଥିଲେ କି କୁଲଦୀପ ସିଂହ ଧାଲିୱାଲଙ୍କୁ ଦିଆଯାଇଥିବା ପ୍ରଶାସନିକ ସଂସ୍କାର ବିଭାଗର କୌଣସି ଅସ୍ତିତ୍ୱ ନାହିଁ।

ପାଖରେ ରହିଲା ଗୋଟିଏ ବିଭାଗ: ତେଣୁ ଏକ ଗେଜେଟେଡ୍ ବିଜ୍ଞପ୍ତି ମାଧ୍ୟମରେ ଏହାର ସଂଶୋଧନ କରାଯାଇ କୁଲଦୀପଙ୍କ ଠାରୁ ପ୍ରଶାସନିକ ସଂସ୍କାର ବିଭାଗ ଛଡ଼ାଇନିଆଗଲା। ତେଣୁ ଏବେ ତାଙ୍କ ପାଖରେ କେବଳ ପ୍ରବାସୀ ଭାରତୀୟ ବ୍ୟାପାର ବିଭାଗ ହିଁ ରହିଲା।