ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ଆପ୍। ଦିଲ୍ଲୀର ରୁଲିଂ ଆମଆଦମୀ ପାର୍ଟି ଆଜି ଅନ୍ତିମ ତାଲିକା ପ୍ରକାଶ କରିଛି । ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ନୂଆଦିଲ୍ଲୀରୁ, ମୁଖ୍ୟମନ୍ତ୍ରୀ ଆତିଶୀ କାଲକାଜୀରୁ ଏବଂ ମନ୍ତ୍ରୀ ସୌରଭ ଭରଦ୍ବାଜ ଗ୍ରେଟର କୈଳାସ ସିଟରୁ ମୈଦାନକୁ ଓହ୍ଲାଇବେ । ଆପ୍ ଏହି 4ର୍ଥ ପର୍ଯ୍ୟାୟ ତାଲିକାରେ 38 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।
ଏହାପରେ ଅରବିନ୍ଦ କେଜ୍ରିଓ୍ବାଲ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ଆଜି ସମସ୍ତ 70 ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା ପ୍ରକ୍ରିୟା ଶେଷ ହୋଇଯାଇଛି । ପାର୍ଟି ଭରପୁର ଆତ୍ମବିଶ୍ବାସ ଏବଂ ପ୍ରସ୍ତୁତି କରି ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହୋଇଛି । ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ AAP ର ଅନ୍ତିମ ତାଲିକାରେ ଅଧିକାଂଶ ପୁରୁଣା ନାମ ହିଁ ରହିଛି । ଯେଉଁମାନେ 2020 ମସିହାରେ ବିଧାନସଭା ନିର୍ବାଚନରେ ବାଜି ମାରିଥିଲେ ସେମାନଙ୍କୁ ଦଳ ଭରସା କରିଛି ।
38 ଜଣ ପ୍ରାର୍ଥୀଙ୍କ ତାଲିକାରେ ଆଶ୍ଚର୍ଯ୍ୟଜନକ ନାମ ହେଉଛି ରମେଶ ପହଲଓ୍ବାନ । ଅରବିନ୍ଦ କେଜ୍ରିୱାଲଙ୍କ ଉପସ୍ଥିତିରେ ଆଜି ହିଁ ସେ AAP ରେ ଯୋଗ ଦେଇଥିଲେ । କସ୍ତୁରବା ନଗରରୁ ରମେଶଙ୍କୁ ଟିକେଟ ଦେଇଛି ଦଳ । ରମେଶଙ୍କ ପତ୍ନୀ କୁସୁମାଲତା ଜଣେ କାଉନସିଲର । କୁସୁମଲତା ମଧ୍ୟ AAP ରେ ଯୋଗ ଦେଇଛନ୍ତି । ଉଭୟ ସ୍ୱାମୀ ଏବଂ ସ୍ତ୍ରୀ 2017 ରେ AAP ଛାଡିଥିଲେ ଏବଂ ସାତ ବର୍ଷର ବ୍ୟବଧାନ ପରେ AAP ରେ ଯୋଗ ଦେଇଛନ୍ତି ।