fbpx

ହ୍ୱାଟସଆପ୍ ନମ୍ବର ଦେଇ ଆଶୀର୍ବାଦ ମାଗିଲେ ସୁନୀତା କେଜ୍ରିୱାଲ, ଆଜିଠୁ ଆରମ୍ଭ କଲେ ଆପ୍‌ର ନିର୍ବାଚନୀ ଅଭିଯାନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଲୋକସଭା ନିର୍ବାଚନକୁ ନେଇ ନିର୍ବାଚନ ଅଭିଯାନ ଆରମ୍ଭ କରି ଦେଇଛନ୍ତି । ଆଜିଠାରୁ ଆପ୍ ନିଜର ନୂଆ ନିର୍ବାଚନୀ ଅଭିଯାନ ଆରମ୍ଭ କରି ଦେଇଛି ।

ସୁୁନୀତା କେଜ୍ରିୱାଲ ପୁଣି ଥରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସେ ଲୋକସଭା ନିର୍ବାଚନକୁ ନେଇ ନୂଆ ଅଭିଯାନ ଆରମ୍ଭ କରି ଦେଇଛନ୍ତି । ତାଙ୍କର ଏହି ଅଭିଯାନର ନାମ ରହିଛି ‘କେଜ୍ରିୱାଲ ଆଶୀର୍ବାଦ କ୍ୟାମ୍ପ’ । ଏଥିପାଇଁ ସେ ଏକ ହ୍ୱାଟସଆପ୍ ନମ୍ବର ମଧ୍ୟ ଜାରି କରିଛନ୍ତି । ସେ କହିଛନ୍ତି କେଜ୍ରିୱାଲଜୀଙ୍କୁ ଆଶୀର୍ବାଦ ଦେବା ପାଇଁ ଆପଣ ଏହି ନମ୍ବରରେ ହ୍ୱାଟସଆପ୍ କରନ୍ତୁ ।

ଗତ ଶୁକ୍ରବାର ରାଉଜ୍ ଆଭେନ୍ୟୁ କୋର୍ଟରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ୱସ୍ତି ମିଳିପାରିନାହିଁ । ଅନ୍ୟପକ୍ଷରେ କୋର୍ଟ ଇଡି ରିମାଣ୍ଡ ଆଉ ୪ ଦିନ ପାଇଁ ବଢାଇ ଦେଇଛନ୍ତି । ତେବେ କାଲି କୋର୍ଟରେ ଶୁଣାଣୀ ସମୟରେ ଇଡି ଓକିଲ କୋର୍ଟକୁ କହିଥିଲେ କି ମୁଖ୍ୟମନ୍ତ୍ରୀ ଯାଞ୍ଚରେ ସହଯୋଗ କରୁନାହାନ୍ତି । ଏହି ମାମଲା ସହ ଜଡିତ କିଛି ଅନ୍ୟ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ସାମ୍ନା କରିବାକୁ ପଡିଥିଲା ।

ଶୁଣାଣୀ ସମୟରେ ମୁଖ୍ୟମନ୍ତ୍ରୀ ନିଜର ପକ୍ଷ ରଖି କହିଥିଲେ ଅବକାରୀ ନୀତି ତିଆରି ସମୟରେ କୌଣସି ଘୋଟାଲା ହୋଇନାହିଁ । ଏହାସହିତ ସେ ଅଭିଯୋଗ ଲଗାଇଥିଲେ କି ଇଡିର ଲକ୍ଷ୍ୟ ରହିଛି କି ଆପ୍‌କୁ ବିଲୋପ କରିଦେବା ।

Get real time updates directly on you device, subscribe now.