fbpx

(Video) BJDରୁ ଟିକେଟ ପାଇବେନି ଏହି ନେତା? ଦଳର ତୁଙ୍ଗ ନେତାଙ୍କୁ ଘାରିଛି ପଦ ହରାଇବା ଭୟ

ଓଡ଼ିଶା ଭାସ୍କର: ଆଗାମୀ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ତେବେ ସବୁଠୁ ରୋମାଞ୍ଚକର ହେଉଛି ଓଡ଼ିଶା ରାଜନୀତି । ରାଜ୍ୟରେ ଶାସକ ଦଳ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ଉଭୟ ଏକାକୀ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ନିର୍ବାଚନରେ ବିଜେପି ବଡ଼ ବଡ଼ ନେତାଙ୍କୁ ମଇଦାନରେ ଓହ୍ଲାଇଥିବା ବେଳେ ରାଜନୀତିର ପଶା ପାଲିରେ ବାଛି ବାଛି ଗୋଟି ଚଳାଉଛି ବିଜୁ ଜନତା ଦଳ । କିନ୍ତୁ ଦଳର କିଛି ରାଜନେତାଙ୍କ ମନରେ ଏବେ ଭୟ ଦେଖାଦେଇଛି । ନିର୍ବାଚନରେ ଟିକେଟ ନ ମିଳିବା ଭୟରେ ଗାରି ହେଉଛନ୍ତି ବିଜେଡିର ୭୨ ଜଣ ତୁଙ୍ଗ ନେତା ।

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ୨ଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଛି । ତେବେ ବିଜେଡି ସୁପ୍ରିମୋଙ୍କ ଏହି ଘୋଷଣା ପରେ ୩୫ ଜଣ ବିଧାୟକଙ୍କ ନାମ କଟିପାରେ କୁହାଯାଉଛି । ୩୫ ଜଣ ବିଧାୟକଙ୍କୁ ନିର୍ବାଚନ ପାଇଁ ଟିକେଟ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଛି । ସେମାନଙ୍କ ସ୍ଥାନରେ କିଛି ନୁଆ ମୁହଁ ଦେଖିବାକୁ ମିଳିବ । ବିଜେଡି ଘୋଷଣା କରିଥିବା ୭୨ଟି ଆସନ ମଧ୍ୟରୁ ୬୨ ଆସନନରେ ପୂର୍ବରୁ ଦଳର ଦବଦବା ରହିଛି । ଗତ ନିର୍ବାଚନରେ ଏହି ୬୨ଟି ସ୍ଥାନରୁ ବିଜେଡି ବିଜୟ ହାସଲ କରିସାରିଛି । ଏହାସହିତ ଘୋଷଣା ହୋଇ ନଥିବା ବଳକା ୭୫ ଆସନରୁ ମଧ୍ୟ ବିଜେଡି ୬୨ ଟିରେ ବିଜୟ ହାସଲ କରିଛି । ତେଣୁ ସେହି ୬୨ ବିଧାୟକଙ୍କ ପାଇଁ ଏବେ ଚିନ୍ତା ବଢ଼ିଯାଇଛି । ନିର୍ବାଚନ ପାଇଁ ଦଳ ସେମାନଙ୍କ ଉପରେ ଭରସା କରିବ କି ନାହିଁ, ସେ ନେଇ ଦୋଛକିରେ ପଡ଼ି ଯାଇଛନ୍ତି ଦଳର ତୁଙ୍ଗ ନେତା । ତେବେ ସୂତ୍ରରୁ ଜଣାପଡ଼ୁଛି ବିଜେଡି ଏଥର ନିର୍ବାଚନରୁ ୩୫ ଜଣ ବିଧାୟକଙ୍କୁ ବାଦ୍ ଦେଇପାରେ । ଏହି ସ୍ଥାନରୁ କିଛି ନୂଆ ଚେହେରା ନିର୍ବାଚନୀ ମଇଦାନକୁ ଓହ୍ଲାଇପାରନ୍ତି ।

ତେବେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିରେ ୧୫ ଜଣଙ୍କୁ ଲୋକସଭା ଟିକେଟ ଦିଆଯାଇଛି। ସମ୍ବଲପୁର, ଭୁବନେଶ୍ୱର, କେନ୍ଦ୍ରାପଡା ଭଳି ଚର୍ଚ୍ଚିତ ଆସନରେ ବିଜେଡି ତା’ର ପ୍ରାର୍ଥୀଙ୍କୁ ପ୍ରସ୍ତୁତ କରିଛି। ସମ୍ବଲପୁର, ଭୁବନେଶ୍ୱର, କେନ୍ଦ୍ରାପଡ଼ା ସହିତ ସୁନ୍ଦରଗଡ଼, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁର, କୋରାପୁଟ ଏବଂ ଆସିକା ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିଲା । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଏହାବ୍ୟତୀତ ପୁରୀ, କଟକ, କନ୍ଧମାଳ, ଯାଜପୁର, ଢେଙ୍କାନାଳ, ଜଗତସିଂହପୁର ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇଯାଇଛି ।

ସୂଚନା ଥାଉକି, ଓଡ଼ିଶାର ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ସମଗ୍ର ଦେଶରେ ୭ଟି ପର୍ୟ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଓଡ଼ିଶାରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ୟ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ମେ’ ୧୩ରୁ ଜୁନ୍ ୧ ତାରିଖ ମଧ୍ୟରେ ୪ଟି ପର୍ୟ୍ୟାୟରେ ରାଜ୍ୟରେ ଭୋଟ୍ ଗ୍ରହଣ ହେବ ଓ ଜୁନ୍ ୪ତାରିଖରେ ଭୋଟ ଗଣତି ହେବ।

Get real time updates directly on you device, subscribe now.