fbpx

ଅବ୍ବାସ ଅନସାରୀଙ୍କୁ ବଡ଼ ଝଟକା, ପିତାଙ୍କ ଅନ୍ତିମ ସଂସ୍କାରରେ ହୋଇପାରିବେ ନାହିଁ ସାମିଲ, ପେରୋଲ ଜାମିନ ଖାରଜ କଲେ କୋର୍ଟ

ଲକ୍ଷ୍ନୌ: ମାଫିଆ ଡନ୍ ମୁଖତାର ଅନସାରୀଙ୍କ ବଡ଼ ପୁଅ ଅବ୍ବାସ ଅନସାରୀଙ୍କୁ ଲାଗିଛି ବଡ଼ ଝଟକା । ସେ ଜେଲରେ ବନ୍ଦି ଅଛନ୍ତି । ତେବେ ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ନେଇ ପରିବାର ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ ଏକ ପେରୋଲ ଜାମିନ ପାଇଁ ଆବେଦନ କରାଯାଇଥିଲା । କିନ୍ତୁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛି । ଏହାପରେ ମୁଖତାରଙ୍କ ପରିବାର ସୁପ୍ରିମକୋର୍ଟରେ ଆବେଦନ କରିବାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ସୂଚନାରୁ ପ୍ରକାଶ ଅବ୍ବାସ ଅନସାରୀଙ୍କୁ ତାଙ୍କ ପିତା ମାଫିଆ ଡନ୍ ମୁଖତାର ଅନସାରୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ପରିବାର ତରଫରୁ ଆହ୍ଲାବାଦ ହାଇକୋର୍ଟରେ ଏକ ପେରୋଲ ଜାମିନ ପାଇଁ ଆବେଦନ କରାଯାଇଥିଲା । ଏମପି ଏମଏଲଏ ସହ ଜଡ଼ିତ ମାମଲାର ଶୁଣାଣି କରୁଥିବା ଜଷ୍ଟିସ ସଞ୍ଜୟ କୁମାର ସଂହଙ୍କ ବେଞ୍ଚରେ ଏହି ମାମଲାର ଶୁଣାଣି ହୋଇଥାନ୍ତା । କିନ୍ତୁ କିନ୍ତୁ ଆଜି ଏହି ବେଞ୍ଚ ବସି ନଥିଲା । ପରେ ଏହି ମାମଲାକୁ ଜଷ୍ଟିସ ସମିତ ଗୋପାଲଙ୍କୁ ରେଫର କରାଯାଇଥିଲା । ଅପରପକ୍ଷରେ ଜଷ୍ଟିସ ଗୋପାଲ ଅନ୍ୟ ବେଞ୍ଚରୁ ଆସିଥିବା କୌଣସି ମାମଲାର ଶୁଣାଣି କରିବା ପାଇଁ ମନା କରିଦେଇଥିଲେ । ଫଳରେ ମୁଖତାର ପରିବାର ହତାଶ ହୋଇଥିଲେ । ବର୍ତ୍ତମାନ ସେମାନେ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରିବା ନେଇ ପ୍ରସ୍ତୁତି କରୁଛନ୍ତି । ଅପରପକ୍ଷରେ ପ୍ରଧାନ ବିଚାରପତିଙ୍କ ନିକଟରେ ଏହି ମାମଲା କିପରି ଉତ୍ଥାପିତ ହେବ ଏବଂ ଏଥିପାଇଁ ଏକ ବେଞ୍ଚ୍ ମନୋନୀତ ହେବା ସୁନିଶ୍ଚିତ କରିବା ପାଇଁ ଓକିଲମାନେ ଚେଷ୍ଟା କରୁଛନ୍ତି ।

 

 

Get real time updates directly on you device, subscribe now.