fbpx

କେଜ୍ରିୱାଲଙ୍କ ଗିରଫଦାରୀକୁ ନେଇ ଜାତିସଂଘ ରଖିଲା ଏପରି ମତ, ଆମେରିକା ଓ ଜର୍ମାନୀ ପରେ ଏବେ ଜାତିସଂଘରେ ଉଠିଲା ସ୍ୱର

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଓ କଂଗ୍ରେସର ଆକାଉଣ୍ଟ ଫ୍ରିଜ୍ କରାଯିବା ଘଟଣା ଉପରେ ଏବେ ଜାତିସଂଘ ବି ଟିପ୍ପଣୀ କରିଛି । ଜାତିସଂଘ କହିଛି ଆଶା ରହିଛି କି ଭାରତରେ ସମସ୍ତେ ଏକ ସ୍ୱତନ୍ତ୍ର ଓ ନିଃଷ୍ପକ୍ଷ ପରିବେଶରେ ଲୋକସଭା ନିର୍ବାଚନରେ ମତଦାନ କରିପାରିବେ । ଏହା ପୂର୍ବରୁ ଜର୍ମାନୀ ଓ ଆମେରିକା ମଧ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ପ୍ରତିକ୍ରିୟା ଦେଇଥିଲେ । ଏହାପରେ ଭାରତ ନିଜର କଠୋର ପ୍ରତିକ୍ରିୟା ପ୍ରକାଶ କରି ଜର୍ମାନୀ ଓ ଆମେରିକା କୂଟନୀତିଜ୍ଞଙ୍କୁ ନୋଟିସ୍ ପଠାଇଥିଲା ।

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ଓ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯିବାକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ମୁଖବକ୍ତା ଷ୍ଟିଫନ ଡୁଜାରିକ୍ କହିଛନ୍ତି ଆମେ ଏହା ଆଶା କରୁଛୁ କି ଭାରତରେ ଅନ୍ୟ ଗଣତନ୍ତ୍ର ରାଷ୍ଟ୍ର ପରି ରାଜନୈତିକ ଓ ନାଗରିକ ଅଧିକାର ସୁରକ୍ଷିତ ରହୁ ଯଦ୍ଦ୍ୱାରା ଦେଶର ସମସ୍ତ ନାଗରିକ ସ୍ୱତନ୍ତ୍ର ଓ ନିଃଷ୍ପକ୍ଷ ପରିବେଶରେ ମତଦାନ କରିପାରିବେ ।

Get real time updates directly on you device, subscribe now.