fbpx

ଘରକୁ ଫେରିଲେ ଅପହୃତ ବ୍ୟବସାୟୀ ପ୍ରଦୀପ

ରାଉରକେଲା ,୧୨ ।୧୧(ଓଡିଶା ଭାସ୍କର): ଶନିବାର ସନ୍ଧ୍ୟାରେ ଅପହୃତ ହୋଇଥିବା ବ୍ୟବସାୟୀ ପ୍ରଦୀପ କୁଣ୍ଡୁ ଜତକାଲି ରାତିରେ ଘରକୁ ଫେରିଥିବା ସୂଚନା ମିଳିଛି । ୫ଦିନ ପରେ ଘରକୁ ଫେରିଛନ୍ତି କ୍ରସର ମାଲିକ ପ୍ରଦୀପ କୁଣ୍ଡୁ । ୫ଦିନ ପରେ ସେ ଝାଡଖଣ୍ଡରୁ ଉଦ୍ଧାର ହୋଇଛନ୍ତି । ତେବେ ଅପହରଣକାରୀ ବ୍ୟବସାୟୀ ପ୍ରଦୀପଙ୍କ ସ୍ତ୍ରୀଙ୍କୁ ଗତ ସୋମବାର ଫୋନ୍ କରି ମୋଟା ଅଙ୍କର ଟଙ୍କା ମାଗିଥିଲେ । ଏନେଇ ପୋଲିସକୁ ଜଣାଇଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ । ଏହାପରେ ୬ଟି ଟିମ୍ ଗଠନ କରାଯାଇ ଝାଡ଼ଖଣ୍ଡ ରାଜ୍ୟ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲା । ଏ ସମ୍ପର୍କିତ ବିସ୍ତୃତ ସୂଚନା ପ୍ରେସମିଟରେ ଦେବ ପୋଲିସ ।

Get real time updates directly on you device, subscribe now.