fbpx

ପାକିସ୍ତାନର ପରମାଣୁ ବୈଜ୍ଞାନିକ ଅବଦୁଲ କାଦିର୍ ଖାନଙ୍କ ୮୫ ବର୍ଷରେ ନିଧନ

Advertisement

ନୂଆଦିଲ୍ଲୀ: ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମର ଜନକ ବୋଲି କୁହାଯାଉଥିବା ଅବଦୁଲ କାଦିର୍ ଖାନ୍ ଙ୍କ ନିଦନ ହୋଇଯାଇଛି । ୮୫ ବର୍ଷରେ ତାଙ୍କର ପରଲୋକ ହୋଇଯାଇଛି । ପାକିସ୍ତାନର ସରକାରୀ ଟେଲିଭିଜନରେ ଏନେଇ ସୂଚନା ଦିଆଯାଇଛି । ପାକିସ୍ତାନର ପରମାଣୁ ବୈଜ୍ଞାନିକ ଅବଦୁଲ କାଦିର୍ ଖାନଙ୍କୁ ପାକିସ୍ତାନରେ ନ୍ୟାସନାଲ୍ ହିରୋ ବୋଲି କୁହାଯାଏ । ପାକିସ୍ତାନକୁ ପରମାଣୁ କ୍ଷମତା ବିଶିଷ୍ଟ ପ୍ରଥମ ମୁସଲମାନ ରାଷ୍ଟ୍ର ଭାବେ ପରିଣତ କରିଥିବାରୁ ତାଙ୍କୁ ଦେଶରେ ପ୍ରଶଂସା କରାଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଫୁସଫୁସ ରୋଗ ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୋଟିଏ ପଟେ ତାଙ୍କୁ ପାକିସ୍ତାନରେ ହିରୋ ଭାବେ ବିବେଚନା କରାଯାଉଥିବାବେଳେ ପାଶ୍ଚାତ୍ୟ ଦେଶମାନେ ତାଙ୍କ ଟେକ୍ନୋଲୋଜି ବିକ୍ରି କରିଥିବାରୁ ତାଙ୍କୁ ସମାଲୋଚନା କରିଥିଲେ।

ଅବଦୁଲ କାଦିର୍ ଖାନ ପରମାଣୁ ଟେକ୍ନିକ୍ ଅନ୍ୟ ଦେଶ ମାନଙ୍କୁ ଚୋରାରେ ବିକ୍ରି କରୁଥିବା ନେଇ ପଶ୍ଚିମ ଦେଶ ମାନେ ତାଙ୍କ ସମ୍ପର୍କରେ ଆଲୋଚନା କରିଥାନ୍ତି । ତାଙ୍କ ଜନ୍ମ ୧୯୩୬ ରେ ମଧ୍ୟପ୍ରଦେଶର ଭୋପାଳରେ ହୋଇଥିଲା । ହେଲେ ଦେଶ ବିଭାଜନ ସମୟରେ ସେ ପାକିସ୍ତାନରେ ପରିବାରକୁ ନେଇ ବସବାସ କରିବା ନେଇ ନିଷ୍ପତି ନେଇଥିଲେ । ସେ ଅନେକ ଦିନ ଧରି ଅସୁସ୍ଥ ଥିବାରୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିଲେ । ଇମ୍ରାନ ସରକାର କିମ୍ବା ତାଙ୍କର କ୍ୟାବିନେଟ୍ କେହି ବି ଅବଦୁଲଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବୁଝିନଥିଲେ ।

Get real time updates directly on you device, subscribe now.