Breaking: ସରିବ ପ୍ରେସକ୍ରିପସନ ଟେନସନ! ‘ଆଭା’ କାର୍ଡରେ ରହିବ ସମସ୍ତ ତଥ୍ୟ: ସ୍ବାସ୍ଥ୍ୟମନ୍ତ୍ରୀ
ପ୍ରେସକ୍ରିପସନରୁ ମୁକ୍ତି ଦେବ ଆଭା କାର୍ଡ । ରୋଗୀକୁ ହସ୍ପିଟାଲ ଗଲାବେଳେ ସାଙ୍ଗରେ ନେବାକୁ ପଡିବନି ପୁରୁଣା ପ୍ରେସକ୍ରିପସନ । ଗୋଟିଏ କାର୍ଡରେ ରହିବ ସମସ୍ତ ତଥ୍ୟ ।
ଭୁବନେଶ୍ବର: ଆଭା କାର୍ଡ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ପ୍ରେସକ୍ରିପସନରୁ ମୁକ୍ତି ଦେବ ଆଭା କାର୍ଡ । ଏଣିକି ଗୋଟିଏ କାର୍ଡରେ ରହିବ ସମସ୍ତ ରୋଗୀଙ୍କର ଡାଟା ।
ନ୍ୟାସନାଲ ଡିଜିଟାଲ ହେଲଥ ମିଶନକୁ ଖୁବଶୀଘ୍ର ଲାଗୁ କରିବେ ଓଡିଶା ସରକାର । ଆଜି ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ଆଭା କାର୍ଡ ନ୍ୟାସନାଲ ହେଲଥ ଅଥରିଟି ଅଧୀନରେ ରହିବ । ଏହାର ନାମ ଆୟୁଷ୍ମାନ ଭାରତ ହେଲଥ ଆକାଉଣ୍ଟ ବା ଆଭା କାର୍ଡ । ଲୋକସଂଖ୍ୟା ଅନୁସାରେସ ଆଭା ଆକାଉଣ୍ଚ ରେଜିଷ୍ଚ୍ରେସନ କରିପାରିବେ ।
ତେବେ କେଉଁ ତାରିଖ ମଧ୍ୟରେ ଏହା ମିଳିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦିଆଯାଇନଥିବା ବେଳେ ଫେବୃଆରୀ ପୂର୍ବରୁ ବଣ୍ଟନ କରାଯିବା ନେଇ ଯୋଜନା କରାଯାଇଥିବା କହିଛନ୍ତି ମନ୍ତ୍ରୀ । ଅନଲାଇନରେ ଏହି କାର୍ଡ ଆବେଦନ କରିପାରିବେ ଲୋକେ । ବର୍ତ୍ତମାନ ଠାରୁ ହିଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆୟୁଷ୍ମାନ କାର୍ଡ ସହିତ ଏହା ମିଳିବ । କ୍ୟୁଆର କୋର୍ଡ ସ୍କାନ କରିବା ଦ୍ବାରା ପୂର୍ବ ରୋଗ ସମ୍ପର୍କରେ ସମସ୍ତ ପ୍ରକାର ତଥ୍ୟ ମିଳିପାରିବ । ତେବେ ଏହି ଗୋଟିଏ କାର୍ଡରେ ସମସ୍ତ ରୋଗର ତଥ୍ୟ ମିଳିପାରିବ ।