ଐଶ୍ୱର୍ଯ୍ୟାଙ୍କ ସହ ଛାଡପତ୍ରକୁ ନେଇ ଅଭିଷେକ ବଚ୍ଚନ କଲେ ବଡ଼ ଖୁଲାସା, ଶୁଣିକି ସମସ୍ତଙ୍କ ପାଟି ଚୁପ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ରର ଖବର ଭାଇରାଲ ହେଉଛି। ଅଭିନେତ୍ରୀ ନିମ୍ରତ କୌରଙ୍କ ସହ ଅଭିଷେକଙ୍କ ନାମ ଯୋଡାଯାଉଥିଲା। କୁହାଯାଉଛି ଯେ, ଐଶ୍ୱର୍ଯ୍ୟା ଅଭିଷେକଙ୍କର ଛାଡପତ୍ର ହେବ। ସୋସିଆଲ ମିଡିଆରେ ଲୋକେ ବଚ୍ଚନ ପରିବାରକୁ ଟ୍ରୋଲ କରୁଥିଲେ। ଏହାରି ମଧ୍ୟରେ ବଚ୍ଚନ ପରିବାର ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏକ ରିପୋର୍ଟ ମୁତାବକ ଅଭିଷେକ ଛାଡପତ୍ରର ଖବରକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ଅଭିଷେକ ଏକ ଇଭେଣ୍ଟ ସମୟରେ ମିଡିଆ ସହ କଥାବାର୍ତ୍ତା ମଧ୍ୟରେ ଛାଡପତ୍ରର ଖବରକୁ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ମିଡିଆକୁ ଐଶ୍ୱର୍ଯ୍ୟାଙ୍କୁ ନେଇ କୌଣସି ବ୍ରେକିଂ ନ୍ୟୁଜ ମିଳିବ ନାହିଁ। ଆମ ବିବାହ ସଂପର୍କ ଏବେ ଅଛି ଏବଂ ଆଗକୁ ମଧ୍ୟ ରହିବ।

ଏହି ଖବର ଐଶ୍ୱର୍ଯ୍ୟାଙ୍କ ଫ୍ୟାନ୍ସଙ୍କୁ ଖୁସି କରିଦେବ। ସୋସିଆଲ ମିଡିଆରେ ଏହି ଯୋଡିଙ୍କ ଛାଡପତ୍ର ଖବର ଶୁଣି ଫ୍ୟାନ୍ସ ଦୁଃଖିତ ଥିଲେ। ଏହି ଦୁହେଁ ଅଭିନେତା ଏବଂ ଆଭିନେତ୍ରୀଙ୍କୁ ଏକ ସାଙ୍ଗରେ ଅନେକ ଇଭେଣ୍ଟରେ ଦେଖିବାକୁ ମିଳିନଥିଲା। ଏହାପରେ ସୋସିଆଲ ମିଡିଆରେ ଛାଡପତ୍ର ପ୍ରସଙ୍ଗ ଭାଇରାଲ ହୋଇଥିଲା।