fbpx

ଟ୍ରାଫିକ୍ ଜାମ୍ କାରଣରୁ ହେଉଛି ୩ ପ୍ରତିଶତ ଡିଭୋର୍ସ: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ ବାଢିଲେ ଅଜବ ଯୁକ୍ତି

ନୂଆଦିଲ୍ଳୀ: ଟ୍ରାଫିକ୍ ଜାମ କାରଣରୁ ବଢୁଛି ଡିଭୋର୍ସ । ଏମିତି ଅଜବ ଯୁକ୍ତି କରିଛନ୍ତି ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ପତ୍ନୀ ଅମୃତା ଫଡନବିସ୍ । ଅମୃତା କହିଛନ୍ତି ଟ୍ରାଫିକରେ ଫସିବା କାରଣରୁ ଅଧା ମୁମ୍ବାଇ ସହର ନିଜ ପରିବାରକୁ ସମୟ ଦେଇ ପାରନ୍ତି ନାହିଁ । ଏହି କାରଣରୁ ଘଟୁଥିବା ଡିଭୋର୍ସର ପ୍ରାୟ ୩ ପ୍ରତିଶତ ଟ୍ରାଫିକ ଜାମ କାରଣରୁ ହେଉଛି । ଏକ ସାମ୍ବାଦିକ ସମ୍ମିଳନୀରେ କଥା ହେଉଥିବା ସମୟରେ ଅମୃତା ଏଭଳି କହିଛନ୍ତି ।

ତେବେ ଅମୃତାଙ୍କ ଏଭଳି ମନ୍ତବ୍ୟ ପରେ ତାଙ୍କୁ ସୋସିଆଲ ମିଡିଆରେ ବେସ ଟ୍ରୋଲ କରାଯାଇଛି । ବିଭିନ୍ନ ସୋସିଆଲ ମିଡିଆ ବ୍ୟବହାରକାରୀ ମିମ୍ ବନାଇ ଅମୃତାଙ୍କୁ ଟ୍ରୋଲ କରିଥିବା ବେଳେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ସମାଲୋଚନା କରିଛନ୍ତି । ତେବେ କୌଣସି ନାମ ନନେଇ ପ୍ରିୟଙ୍କା କହିଥିଲେ, ଏହି ବୟାନ ଆଜିର ଦିନର ସବୁଠୁ ବେକାରିଆ ମନ୍ତବ୍ୟ । ବେଙ୍ଗାଲୁରୁରେ ରହୁଥିବା ଲୋକ ଏହି ବୟାନକୁ ଆଉ ଥରେ ଶୁଣିବାୁ ଦରକାର । ତେବେ ଅମୃତା ନିଜ ସଫେଇରେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଭାବରେ ନୁହେଁ ବରଂ ଜଣେ ସାଧାରଣ ମହିଳା ଭାବରେ ସେ ଏହି ମନ୍ତବ୍ୟ ଦେଇଛନ୍ତି ।

Get real time updates directly on you device, subscribe now.