fbpx
BSKY SKY
BSKY SKY

ଟ୍ରକ୍ କ୍ୟାବିନରେ ଏସି ଲାଗିବା ବାଧ୍ୟତାମୂଳକ: କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ

BSKY

ନୂଆଦିଲ୍ଲୀ: ଭାରତ ସରକାର ସମସ୍ତ ଟ୍ରକରେ ଏସି କ୍ୟାବିନକୁ ବାଧ୍ୟତାମୂଳକ କରିଛନ୍ତି । ଦେଶରେ ଟ୍ରକର ଅବସ୍ଥା ଶୋଚନୀୟ ଥିବାରୁ ଦୂରପଥ ପରିବହନରେ ଡ୍ରାଇଭରମାନେ ଗରମରେ ନାନା ହଇରାଣ ହରକତ ହେଉଛନ୍ତି । ଏଥିପାଇଁ ଭାରତ ସରକାର ସମସ୍ତ ଟ୍ରକରେ ଏସି କ୍ୟାବିନ ବାଧ୍ୟତାମୂଳକ କରିଛନ୍ତି । ୨୦୨୫ ଅକ୍ଟୋବର ଠାରୁ ସମସ୍ତ ଏନ୍୧ ଓ ଏନ୍୨ ଟ୍ରକ୍ କ୍ୟାବିନରେ ଫ୍ୟାକ୍ଟ୍ରି ଫିଟେଡ୍ ଏସି ଲାଗିବା ବାଧ୍ୟତାମୁଳକ କରାଯାଇଛି । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି ।

ଟ୍ରକରେ ଏସି କ୍ୟାବିନ୍ ଲାଗିବା ନେଇ ଅନେକ ଥର ଚର୍ଚ୍ଚା ହେଉଥିବା ବେଳେ କେବି ନିୟମ ଲାଗୁ ହେବ ସେ ନେଇ ଆଲୋଚନା ହେଉଥିଲା । ଶେଷରେ ସରକାର ସମୟ ସୀମା ଧାର୍ଯ୍ୟ କରିଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ନୋଟିସରେ କୁହାଯାଇଛି ୧ ଅକ୍ଟୋବର ୨୦୨୫ ରେ କିମ୍ବା ପରେ ଉତ୍ପାଦିତ ସମସ୍ତ ଏନ୍୨ ଏବଂ ଏନ୍୩ ବର୍ଗ ଟ୍ରକର କ୍ୟାବିନରେ ଏୟାର କଣ୍ଡିସନର ଲଗାଯିବ ।

ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଯେ ଏୟାର କଣ୍ଡିସନର ସିଷ୍ଟମ ଥିବା କ୍ୟାବିନଗୁଡିକର ଟେଷ୍ଟିଂ ନିର୍ଦ୍ଧାରିତ ମାନକ ଅନୁଯାୟୀ କରାଯିବ । ଟ୍ରକ ନିର୍ମାତା କମ୍ପାନୀମାନେ ହିଁ ଏହି ସିଷ୍ଟମ ଲଗାଇବେ । ସୂଚନା ଥାଉକି, ଏକ ଏନ୍ଜିଓ ସଂସ୍ଥା ୨୦୨୦ରେ ୧୦ ଟି ରାଜ୍ୟରେ ଟ୍ରକ ଡ୍ରାଇଭରମାନଙ୍କୁ ନେଇ ଏକ ସର୍ଭେ କରିଥିଲେ, ଯେଉଁଥିରେ ପ୍ରାୟ ଅର୍ଦ୍ଧେକ ଟ୍ରକ ଡ୍ରାଇଭର ସ୍ୱୀକାର କରିଥିଲେ ଯେ ସେମାନେ କ୍ଳାନ୍ତ କିମ୍ବା ନିଦ୍ରା ଅନୁଭବ କଲେ ମଧ୍ୟ ଟ୍ରକ ଚଳାନ୍ତି । ତେଣୁ ଟ୍ରକ୍ ଡ୍ରାଇଭରଙ୍କ ଏହି ସମସ୍ୟାକୁ ସମାଧାନ କରିବାକୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.