fbpx

ଲୋକୋ ପାଇଲଟଙ୍କ ପାଇଁ AC କକ୍ଷ ଏବଂ ଅନ୍ୟ ସୁବିଧା ବିଷୟରେ କହିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ନିକଟରେ ସଂସଦରେ ଲୋକୋ ପାଇଲଟଙ୍କ ସହ ଜଡ଼ିତ ପ୍ରସଙ୍ଗକୁ ନେଇ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ଦାବିକୁ ଖଣ୍ଡନ କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ପରିପ୍ରେକ୍ଷୀରେ ରେଳ ମନ୍ତ୍ରୀଙ୍କ ଏକ ବୟାନ ସାମ୍ନାକୁ ଆସିଛି । ସେ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଲୋକୋ ପାଇଲଟ୍ ହେଉଛନ୍ତି ରେଳ ପରିବାରର ଗୁରତ୍ୱପୂର୍ଣ୍ଣ ସଦସ୍ୟ । ବିରୋଧି ଦଳ ଲୋକୋ ପାଇଲଟଙ୍କୁ ନିରାଶ କରିବା ପାଇଁ ଆନେକ ଭୁଲ ତଥ୍ୟ ଏବଂ ନାଟକ ସୃଷ୍ଟି କରୁଛନ୍ତି । ତେଣୁ ମୁଁ ଏହାକୁ ସ୍ପଷ୍ଟ କରିଦେବାକୁ ଚାହୁଁଛି ।’

‘ଲୋକୋ ପାଇଲଟଙ୍କ ଡୁ୍ୟଟିକୁ ନେଇ ତୀକ୍ଷ୍ମ ନଜର ରଖାଯାଉଛି । ଟ୍ରିପ୍ ପରେ ବିଶ୍ରାମ ବ୍ୟବସ୍ଥା ମଧ୍ୟ ରହିଛି । ନିର୍ଦ୍ଧାରିତ ଡୁଟି ସମୟ ମଧ୍ୟରେ ହାରାହାରି duty ଘଣ୍ଟା ସ୍ଥିର କରାଯାଇଥାଏ । ଚଳିତ ବର୍ଷ ଜୁନରେ ହାରାହାରି duty ୮ ଘଣ୍ଟାରୁ କମ୍ ରହିଥିଲା । କେବଳ ଜରୁରୀକାଳୀନ ପରିସ୍ଥିତିରେ ନିର୍ଦ୍ଧାରିତ duty ଘଣ୍ଟା ଅତିକ୍ରମ କରିଥାଏ ।’ ସେ ଆହୁରି ମଧ୍ୟ କହିଥିଲେ ସେ ଲୋକୋ ପାଇଲଟମାନେ ଲୋକୋ କ୍ୟାବରୁ ଇଂଜିନ୍ ସଂଚାଳନ କରିଥାନ୍ତି । ୨୦୧୪ ପୂର୍ବରୁ କ୍ୟାବ ବହୁତ ଖରାପ ଅବସ୍ଥାରେ ଥିଲା । କିନ୍ତୁ ୨୦୧୪ ପରେ କ୍ୟାବରେ ଏର୍ଗୋନୋମିକ୍ ସିଟ୍ ସହ କ୍ୟାବଗୁଡ଼ିକର ଉନ୍ନତିକରଣ କରାଯାଇଛି ଏବଂ ୭ ହଜାରରୁ ଅଧିକ ଲୋକୋ କ୍ୟାବଗୁଡ଼ିକୁ ଶୀତତାପ ନିୟନ୍ତ୍ରିତ କରାଯାଇଛି । ଲୋକୋ ପାଇଲଟ୍, ମୁଖ୍ୟାଳୟରୁ ବାହାରେ ଥିଲେ, ତାଙ୍କ duty ଶେଷ କରିବା ପରେ ରନିଂ ରୁମକୁ ବିଶ୍ରାମ ନେବା ପାଇଁ ଆସିଥାନ୍ତି ।୨୦୧୪ ପୁର୍ବରୁ ରନିଂ ରୁମର ସ୍ଥିତି ଖରାପ ଥିଲା । କିନ୍ତୁ ବର୍ତ୍ତମାନ ପ୍ରାୟ ୫୫୮ଟି ରନିଂ ରୁମକୁ ଶୀତତାପ ନିୟନ୍ତ୍ରିତ କରାଯାଇଛି । ଅଧିକାଂଶ ରନିଂ ରୁମରେ ଫୁଟ୍ ମସାଜ୍ ମଧ୍ୟ ଉପଲବ୍ଧ ରହିଛି । ବର୍ତ୍ତମାନ ୧୮ ହଜାର ରନିଂ ଷ୍ଟାଫଙ୍କ ନିଯୁକ୍ତି ପ୍ରକ୍ରିୟା ଚାଲିଛି ।

Get real time updates directly on you device, subscribe now.