fbpx
BSKY SKY
BSKY SKY

୨ ମହିଳାଙ୍କ ଉପରେ ମାଡିଗଲା ପିକଅପ୍, ଜଣେ ମୃତ

BSKY

ବଲାଙ୍ଗିର(ଓଡ଼ିଶା ଭାସ୍କର): ବଲାଙ୍ଗିର ଜିଲ୍ଲା ଦୁର୍ଗା ମନ୍ଦିର ନିକଟରେ ଘଟିଛି ଏକ ଭୟଙ୍କର ସଡକ ଦୁର୍ଘଟଣା । ମନ୍ଦିର ଯିବା ବାଟରେ ୨ ମହିଳାଙ୍କ ଉପରେ ମାଡିଯାଇଛି ପିକଅପ୍ । ଦୁର୍ଘଟଣା  ଫଳରେ ଘଟଣାସ୍ଥଳରେ ହିଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ପିକଅପ୍ ବି ଜବତ କରିଛି । ଏହା ସହ ଦୁର୍ଘଟଣା ଘଟାଇଥିବା ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।

Get real time updates directly on you device, subscribe now.