ଖୋର୍ଦ୍ଧା: ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଗଛକୁ ଏକ ଯାତ୍ରୀବାହୀ ବସ୍ ପିଟିଦେଇଛି। ଏହି ଦୁର୍ଘଟଣାରେ ୧୦ ଜଣ ଆହତ ହେବା ସହ ୫ ଜଣ ଗୁରୁତର ଥିବା ସୂଚନା ମିଳିଛି।
ଏନଏଚ ୫୭ ବୋଲଗଡ଼ ଗୋପବନ୍ଧୁ ଛକ ନିକଟରେ ଏହି ଦୁର୍ଘଟଣାଟି ଘଟିଛି। ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଆହତ ଏବଂ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତରମାହନେ ଆହତଙ୍କୁ ଚିକିତ୍ସା କରୁଛନ୍ତି।