fbpx

ଟ୍ରକ୍ ପଛରେ ଧକ୍କା ଦେଲା କାର୍; ୪ ମୃତ, ୫ ଗୁରୁତର

ଫୁଲବାଣୀ(ଓଡ଼ିଶା ଭାସ୍କର): ଫୁଲବାଣୀ ସଦର ଥାନା ଲାହାବାଡ଼ି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣଙ୍କର ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଭୋଜିଖାଇ ଫେରିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ୨ ଜଣ ଶିଶୁଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଗୁରୁତର ୫ ଜଣଙ୍କୁ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର କରାଯାଇଛି । ବିଶିପଡ଼ାର ତାଳପଡ଼ାରୁ ଭୋଜି ଖାଇ ଗୁମ୍ମାଗଡ଼କୁ ଫେରୁଥିଲେ ।

Get real time updates directly on you device, subscribe now.