fbpx

ସରକାରୀ ସ୍କୁଲରେ ପିଲା ପିଛା ଟଙ୍କା ଖର୍ଚ୍ଚର ହିସାବ: ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୃହରେ ଆଜି ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ବିରୋଧୀଙ୍କ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ରଖିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ସରକାରୀ ସ୍କୁଲରେ ପିଲାଙ୍କ ମୁଣ୍ଡପିଛା ଖର୍ଚ୍ଚ ନେଇ ତଥ୍ୟ ଦେଇଛନ୍ତି ସରକାର । ଏନେଇ ବିଧାନସଭାରେ ଲିଖିତ ଉତ୍ତି ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ୬ରୁ ୧୪ ବର୍ଷର ପିଲାଙ୍କ ପାଇଁ ମୁଣ୍ଡପିଛା ଖର୍ଚ୍ଚ ୨୫ ହଜାର ୫୬ ଟଙ୍କା ରହିଛି । ୨୦୧୪-୧୫ ରେ ଏହି ରାଶି ୯ ହଜାର ୧୮୪ ଟଙ୍କା ଥିଲା । ଏନେଇ ମୋହନ ମାଝୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସେହିପରି ରାଜ୍ୟରେ ଶିକ୍ଷକଙ୍କ ଅଭାବକଳୁ ନେଇ ବିଭିନ୍ନ ସମୟରେ ଲୋକମାନଙ୍କ ପ୍ରତିବାଦ ଦେଖିବାକୁ ମିଳୁଥିବା ବେଳେ ଏ ସଂକ୍ରାନ୍ତରେ ଗୃହରେ ଉତ୍ତର ରଖିଛନ୍ତି ଗଣଶିକ୍ଷାମନ୍ତ୍ରୀ।ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ୨୪ ରହିଛି। ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଶିକ୍ଷକ ଅନୁପାତ ୨୦ ରହିଛି। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ଉଚ୍ଚବିଦ୍ୟାଳୟରେ ଖାଲି ପଡିଛି ୧୧ହଜାର ୪୦୩ ଶିକ୍ଷକ ପଦବୀ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୮୫୨ ଶିକ୍ଷକ ଖାଲି ପଡିଛି। ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୭୪ ପଦବୀ ଖାଲି ପଡ଼ିଛି ।

Get real time updates directly on you device, subscribe now.