ଚୋରି ଟଙ୍କାରେ ଗାର୍ଲଫେଣ୍ଡକୁ ବୁଲେଇବାକୁ ନେଇଥିଲେ ମହାକୁମ୍ଭ, ଫେରିବା ପରେ..
ଏକ ବିଚକ୍ଷଣ ଚୋରକୁ ଗିରଫ କଲା ପୋଲିସ, ଚୋରୀ ଟଙ୍କାରେ ଯାଇଥିଲା ଗାର୍ଲଫ୍ରେଣ୍ଡ ସହ ମହାକୁମ୍ଭ ମେଳା
ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶର ଇନ୍ଦୋର ସହରରେ ଏକ ଅଦ୍ଭୁଦ ଘଟଣା ସାମ୍ନାକୁ ଆସିଛି। ପୋଲିସ ଏଠାରେ ଦୁଇ ବିଚକ୍ଷଣ ଚୋରଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ନାମରେ ୧୫ରୁ ଅଧିକ ଚୋରୀ ମାମଲା ରହିଛି। ଚୋରି ଟଙ୍କା ଧରି ଗାର୍ଲଫ୍ରେଣ୍ଡ ସହ ବୁଲିବାକୁ ଯାଇଥିଲେ ମହାକୁମ୍ଭ।
ଏମିତି ଧରାପଡିଲେ: ଇନ୍ଦୋରରେ ଅନେକ ଚୋରି ଘଟଣା ସାମ୍ନାକୁ ଆସୁଥିବା ବେଳେ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଥିଲା। ଯାଞ୍ଚ ସମୟରେ ପୋଲିସକୁ ମିଳିଥିଲା ଫିଙ୍ଗରପ୍ରିଣ୍ଟ। ଏହି ଆଧାରରେ ଚୋରଙ୍କ ପରିଚୟ ଅଜୟ ଶୁକ୍ଳା ଏବଂ ସନ୍ତୋଷ କୋରୀ ବୋଲି ଜଣାପଡିଥିଲା।
ପୋଲିସ ମୋବାଇଲ ନମ୍ବର ଆଧାରରେ ସେମାନଙ୍କୁ ଟ୍ରାକ କରିବା ପରେ ଜାଣିବାକୁ ପାଇଥିଲା ଯେ, ସେମାନେ ନିଜ ଗାର୍ଲଫ୍ରେଣ୍ଡ ସହ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭରେ ବୁଲୁଛନ୍ତି।
ପ୍ରୟାଗରାଜରେ ଏମାନଙ୍କୁ ପୋଲିସ ଧରିବାରେ ଅସଫଳ ହୋଇଥିଲା। ଯେତେବେଳେ ଏମାନେ ପ୍ରୟାଗରାଜରୁ ଇନ୍ଦୋର ଫେରିଥିଲେ, ଏହି ସମୟରେ ପୋଲିସ ତାଙ୍କୁ ଟ୍ରାକ୍ କରି ଗିରଫ କରିଥିଲା।
ଚୋରି ଟଙ୍କାରେ ମୌଜ: ଡିସିପିଙ୍କ କହିବାନୁଯାୟୀ, ଅଭିଯୁକ୍ତ ହାଇ-ଫାଇ ଜୀବନ ଅତିବାହିତ କରୁଥିଲେ ଏବଂ ଚୋରି ଟଙ୍କାରେ ନିଜ ଗାର୍ଲଫ୍ରେଣ୍ଡ ସହ ବୁଲୁଥିଲେ।
ଯାଞ୍ଚ ସମୟରେ ଜଣାପଡିଥିଲା ଯେ, ଏମାନେ ଚୋରି କରି ସେହି ଜିନିଷକୁ ବିକ୍ରି କରି ମହଙ୍ଗା ହୋଟେଲ ଏବଂ ଲଜରେ ରହୁଥିଲେ। ଏଥିସହ ବୁଲାବୁଲି କରି ରାଜକୀୟ ଜୀବନ ଅତିବାହିତ କରୁଥିଲେ।