ମାହାଙ୍ଗା ଡବଲ ମର୍ଡରର ଡେମୋ ଦେଖାଉଛି ଅଭିଯୁକ୍ତ

ମାହାଙ୍ଗା, ୫ା୧ (ଓଡିଶା ଭାସ୍କର): ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ମାମଲାରେ ଡେମୋ ଦେଖାଉଛି ଅଭିଯୁକ୍ତ । କେମିତି ହତ୍ୟା କରିଥିଲେ ଜାଣିବା ପାଇଁ ଜଣେ ଅଭିଯୁକ୍ତକୁ ହତ୍ୟାକାଣ୍ଡ ସ୍ଥଳକୁ ନେଇ ସିନ ରିକ୍ରିଏସନ କରୁଛି ପୋଲିସ । ଘଟଣାସ୍ଥଳରୁ ବଡ ଖଣ୍ଡା ଜବତ ହୋଇଥିବା ପୋଲିସ ସୂଚନା ଦେଇଛି ।

ତେବେ ଏହି ମାମଲାରେ ପୋଲିସ ୪ ଜଣଙ୍କୁ ଅଟକ ରଖିଛି । କଟକ ଗ୍ରାମାଞ୍ଚଳ ଥାନା ପୋଲିସ ସେମାନଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟମାନଙ୍କୁ ପୋଲିସ ଅଜ୍ଞାତ ସ୍ଥାନରେ ଜେରା କରୁଥିବା ଜଣାପଡ଼ିଛି । ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ପୋଲିସ ଏକ ୫ ଜଣିଆ ଟିମ ଗଠନ କରିଥିଲା । ଗତ ୨ ତାରିଖ ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଥିବା ବେଳେ ରାଜନୈତିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଥିଲା । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ପ୍ରୟାସ ଜାରି ରହିଛି ।