ବ୍ରହ୍ମପୁର: ବ୍ରହ୍ମପୁର ଗାନ୍ଧୀନଗର ମାରୁତି ବିହାରରେ ୭ ଗାଈ ଉପରେ ଏସିଡ୍ ମାଡ଼ ହୋଇଛି ।
ବାଡ଼ ଭାଙ୍ଗି ଗାଈ ଓ ବାଛୁରୀ ବାଡ଼ି ଭିତରେ ପଶିବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ନୀରିହ ପଶୁଙ୍କ ଉପରକୁ ଏସିଡ ମାଡ଼ କରିଥିବା ଜଣାପଡ଼ିଛି ।
ଏସିଡ ଫିଙ୍ଗିଥିବା ବ୍ୟକ୍ତିଙ୍କ ନାଁରେ ଟାଉନ୍ ଥାନାରେ ଏତଲା ଦାଏର କରାଯାଇଛି ।
ପୋଲିସ ସହ ଆଲୋଚନା କଲେ ଭିଏଚପି ଓ ବଜରଙ୍ଗ ଦଳ କର୍ମଚାରୀ । ଗାଈଙ୍କୁ ଉଦ୍ଧାର କରି ସେମାନଙ୍କ ଚିକିତ୍ସା ଚାଲିଛି ।
ହିନ୍ଦୁ ଧର୍ମ ଅନୁସାରେ ଗାଈକୁ ଈଶ୍ୱରଙ୍କ ସହ ସମାନ କରାଯାଉଥିବାବେଳେ ଗାଈ ବି ଆଜିକାଲି ସୁରକ୍ଷିତ ନାହାନ୍ତି । ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ଘୋର ଚର୍ଚ୍ଚା ଆରମ୍ଭ ହୋଇଛି ।