fbpx

Bill ନ ଦେବାକୁ କଲେ ହୃଦଘାତର ଅଭିନୟ, ୨୦ରୁ ଅଧିକ ହୋଟେଲକୁ ଲଗାଇଲେ ଚୂନ

ନୂଆଦିଲ୍ଲୀ : ଲିଥୁଆନୀୟାରେ ବସବାସ କରୁଥିବା ଜଣେ ୫୦ ବର୍ଷିୟ ବ୍ୟକ୍ତିଙ୍କୁ ସ୍ପେନ ପୋଲିସ ଗିରଫ କରିଛି । ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ଠକି ଥିବାରୁ ତାଙ୍କୁ ଗିରଫ କରାଯାଇଛି । ପୋଲିସ କହିବା ଅନୁସାରେ ଏହି ବ୍ୟକ୍ତି ଜଣଙ୍କ ହେଟେଲରେ ଖାଇବା ପରେ ହୃଦଘାତର ନାଟକ କରୁଥିଲେ । ଏହା ଦ୍ୱାରା ବ୍ୟକ୍ତି ଜଣଙ୍କ ହୋଟେଲରେ ଟଙ୍କା ଦେବାରୁ ବଞ୍ଚି ଯାଉଥିଲେ ।

କିନ୍ତୁ ସବୁବେଳେ ଏହି ଟ୍ରିକ ତାଙ୍କର କାମ କଲା ନାହିଁ, ପୋଲିସ ତାଙ୍କୁ ଗିରଫ କଲା । ସୂଚନା ଅନୁସାରେ ଗତ ମାସରେ ଏହି ବ୍ୟକ୍ତି ଜଣକ ଏକ ରେଷ୍ଟୁରାଣ୍ଟରେ ଖାଇବା ଖାଇବାକୁ ଯାଇଥିଲେ ବହୁତ ମହଙ୍ଗା ଏବଂ ସ୍ୱାଦିଷ୍ଟ ଭୋଜନର ସେ ଲାଭ ଉଠାଇଥିଲେ । ୱେଟର ୩୪,୮୫ ଟଙ୍କାର ବିଲ ଧରି ଆସିଥିଲା । ବିଲରୁ ବଞ୍ଚିବା ପାଇଁ ୱେଟର ଯିବା ପରେ ବ୍ୟକ୍ତି ଜଣଙ୍କ ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଏଥିରେ ସଫଳ ହୋଇ ନଥିଲେ । ଏହା ଛଡା ସେ ବିଭିନ୍ନ ପ୍ରକାର ନାଟକ କରିଥିଲେ କିନ୍ତୁ ସେ କୌଣସିଥିରେ ସଫଳ ହୋଇ ନଥିଲେ । ଏହା ପରେ ସେ ତାଙ୍କର ଶେଷ ଉପାୟ ବା ନାଟକ ହୃଦଘାତର ଅଭିନୟ ଆରମ୍ଭ କରିଥିଲେ ।

ଯେଉଁ ହେଟେଲରେ ବ୍ୟକ୍ତି ଜଣକ ନାଟକ କରୁଥିଳେ ସେହି ହେଟେଲର ମ୍ୟାନେଜରଙ୍କ କହିବା ଅନୁସାରେ ସେହି ବ୍ୟକ୍ତି ଜଣଙ୍କ ବେହୋସ ହେବାର ନାଟକ ରିଥିଲେ ଏବଂ ତଳେ ପଡି ଯାଇଥିଲେ । ଆମେ ଏହି ବ୍ୟକ୍ତିର ଫଟୋ ସବୁ ହେଟେଲକୁ ପଠାଇ ସଚେତନ କରାଇ ଦେଇଛୁ । ଯାହା ଫଳରେ ବ୍ୟକ୍ତି ଜଣଙ୍କ ବାରମ୍ବାର ଏପରି କାମ ନ କରୁ । ସବୁ ହୋଟେଲ ମାଲିକ ମିଶି ଏହି ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଏବଂ ତାଙ୍କୁ ଦଣ୍ଡ ଦେବାକୁ କହିଛନ୍ତି ।

Get real time updates directly on you device, subscribe now.