ବନ୍ୟା ସ୍ଥିତି ପାଇଁ ଏବେଠୁ ସରକାରଙ୍କ ପ୍ରସ୍ତୁତି, ୭୨ ଘଣ୍ଟାରେ ହେବ ରାସ୍ତା ମରାମତି, ଖୋଲିବ କଣ୍ଟ୍ରୋଲ ରୁମ୍
ସହରାଞ୍ଚଳରେ ବନ୍ୟାସ୍ଥିତିର ମୁକାବିଲା ପାଇଁ ଆକ୍ସନ ପ୍ଲାନ୍।
ଭୁବନେଶ୍ୱର: ବନ୍ୟା, ବାତ୍ୟା ପାଇଁ ଏବେଠୁ ପ୍ରସ୍ତୁତି। ଯେହେତୁ ଆଗକୁ ବର୍ଷା ଋତୁ ଆସୁଛି, ଆଉ ଚଳିତ ବର୍ଷ ସ୍ୱଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ତେଣୁ ବନ୍ୟା, ବାତ୍ୟାର ମୁକାବିଲା ପାଇଁ ସରକାର ଏବେଠୁ ପ୍ରସ୍ତୁତି ଆରମ୍ଭ କଲେଣି।
ବିଶେଷ କରି ସହରାଞ୍ଚଳରେ ବନ୍ୟାସ୍ଥିତିର ମୁକାବିଲା ପାଇଁ ଆକ୍ସନ ପ୍ଲାନ୍ ଆରମ୍ଭ ହୋଇଛି। ଆପଣମାନେ ତ ଜାଣିଥିବେ ବର୍ଷା ହେବା ମାତ୍ରେ ସହରାଞ୍ଚଳରେ କେଉଁଭଳି ବନ୍ୟା ସ୍ଥିତି ହୁଏ। ବିଶେଷ କରି ଭୁବନେଶ୍ୱର ଓ କଟକରେ ରାସ୍ତାରେ ଅଣ୍ଟେ ଅଣ୍ଟେ ପାଣି ଜମେ।
ଆଉ ଯେହେତୁ ଚଳିତ ବର୍ଷ ଅଧିକ ବର୍ଷା ହେବାର ସମ୍ଭାବନା ଅଛି, ତେଣୁ ବନ୍ୟା ସ୍ଥିତି ମଧ୍ୟ ଦେଖାଦେଇପାରେ। ତେଣୁ ସହରୀ ବନ୍ୟା ମୁକିବିଲା ପାଇଁ ଆକ୍ସନ ପ୍ଲାନ୍ କରୁଛନ୍ତି ରାଜ୍ୟ ସରକାର।
ସ୍ୱାଭାବିକଠୁ ଅଧିକ ବର୍ଷା ସମ୍ଭାବନା ଥିବାରୁ ନଗର ଉନ୍ନୟନ ବିଭାଗର ପଦକ୍ଷେପ। ସବୁ ଡ୍ରେନ୍, ମ୍ୟାନହୋଲର ଯାଞ୍ଚ କରିବାକୁ ସବୁ ପୌରପାଳିକାକୁ ନିର୍ଦ୍ଦେଶ। ବାତ୍ୟା, ବନ୍ୟା ଦ୍ୱାରା ପ୍ରଭାବିତ ହେଲେ ୭୨ ଘଣ୍ଟାରେ ହେବ ରାସ୍ତା ଅରାମତି।
ବନ୍ୟା ପ୍ଳାବିତ ତଳିଆ ଅଞ୍ଚଳ ଚିହ୍ନଟ ସହ ଆଗୁଆ ପମ୍ପସେଟ୍ ମହଜୁଦ ରଖ। ସ୍କୁଲ, କଲେଜକୁ ଆଶ୍ରୟ ସ୍ଥଳ ଭାବେ ବ୍ୟବହାର କରିବାକୁ ନିର୍ଦ୍ଦେଶ। ଜରୁରୀ ସୂଚନା ପାଇଁ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ।