fbpx

Video; ରାତାରାତି ନେଲେ ଆକ୍ସନ, କୋଟିପତି ମାଫିଆଙ୍କ ହଜିଲା ନିଦ, ରାତିରେ ଆସି ମୋରମକୁ ନିଲାମ କଲା ପ୍ରଶାସନ

Advertisement

ବାଲେଶ୍ୱର: (ଓଡ଼ିଶା ଭାସ୍କର) କୋଟିପତି ମାଫିଆଙ୍କ ଉପରେ ଆକ୍ସନ । ରାତା ରାତି ହେଉଥିଲା ଚୋରି, ସାଧା ପୋଷାକରେ ଆସି କଲେ ସାବାଡ଼ । ମୋହନ ସରକାର ହଜାଇଦେଲେ ନିଦ । ରାତିରେ ଆସିଲେ ସରକାରୀ କର୍ମଚାରୀ କଲେ ନିଲାମ । ଯାହା କହିଥିଲେ ମୋହନ ସରକାର ଏବେ ନେଉଛନ୍ତି ଆକ୍ସନ । ଖଣି ମାଫିଆଙ୍କ ଠାରୁ ଆରମ୍ଭ କରି ମୋରମ ମାଫିଆଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ରହିଛି ନଜର । ରାତା ରାତି ନେଲେ ଆକ୍ସନ । ନୂଆ ସରକାର ମାଫିଆ ମାନଙ୍କ ନିଦ ଅଜାଇ ଦେଇଛନ୍ତି । ବେଧଡକ ଭାବ ଗାଁରେ ଚାଲିଥିଲା ମୋରମ ଚୋରି ।

ଗ୍ରାମବାସୀଙ୍କ ବିରୋଧ ପରେ ପ୍ରଶାସନ ଏବେ ପୁରା ଆକ୍ସନ ମୋଡ଼ରେ । ଏ ଖବର ଶୁଣି ରାତାରାତି ଗାଁରେ ପହଞ୍ଚିଲେ ପ୍ରଶାସନିକ ଅଧିକାରୀ । ଗାଁରେ ଏତେ ପରିମାଣ ମୋରମ ଦେଖି ରାଗିଗଲେ ପ୍ରଶାସନ । ରାତିରେ ଆସିଲେ ଆଉ ସକାଳୁ ସକାଳୁ କରିଲେ ନିଲାମ । ସେ ପୁଣି ୪୭ ହଜାର ୨ ଶହ ଟଙ୍କାରେ । ଚୋରା ମୋରମ ଧରିଲେ କିନ୍ତୁ ଛାନିଆରେ ପ୍ରଶାସନ ଅଧିକାରୀଙ୍କୁ ଦେଖି ଦୌଡିଲେ ମୋରମ ମାଫିଆଙ୍କୁ । ବାଲେଶ୍ୱର ଜିଲ୍ଲାରେ ବଢୁଛି ବାଲି, ମାଟି, ପଥର ଓ ମୋରମର ବେଆଇନ ଚୋରା ଚାଲାଣ । ସକ୍ରିୟ ହେଉଛି ମୋରମ ମାଫିଆମାନେ ।

ରାତି ଅଧିଆ ମୋରମ ଚୋରା ଚାଲାଣ କରି ଲୁଟୁଛନ୍ତି କୋଟି କୋଟି ଟଙ୍କାର ରାଜସ୍ୱ । ରାଜ୍ୟ ସରକାର ରାଜସ୍ୱ ହରାଉ ଥିବା ବେଳେ ମୋରମ ମାଫିଆ ହେଉଛନ୍ତି କୋଟିପତି । ମୋରମ ମାଫିଆମାନେ ବେଆଇନ ଚୋରା ଚାଲାଣ କରିବା ସହିତ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ମଧ୍ୟ ଲିପ୍ତ ରହୁଛନ୍ତି । ତେଣୁ ବାଲେଶ୍ୱର ଜିଲ୍ଲାରେ ବଢୁଛି ଅପରାଧ । ଚୋରା ମାଟି ଓ ମୋରମକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ଭଗତପୁର, କୁରୁଣିଆ, ମହଲାନଗର ଅଂଚଳକୁ ଟାର୍ଗେଟ କରିଥିଲେ ମୋରମ ମାଫିଆ ।

ରାତି ଅଧିଆ ହଜାର ହଜାର ଟ୍ରିପ କରୁଥିଲେ ବେଆନ୍ ମୋରମ ଚାଲାଣ । ମୋରମ ମାଫିଆଙ୍କୁ ପ୍ରଶାସନ ଦୃଷ୍ଟି ଗୋଚର କରିଲେ ଗ୍ରାମବାସୀ । ପ୍ରଶାସନ ଜାଣିବା ପରେ ଆକ୍ସନ ମୋଡକୁ ଆସିଥିଲା । ପ୍ରଶାସନିକ ଅଧିକାରୀମାନେ ସମସ୍ତ ମୋରମ ଗୁଡ଼ିକୁ ଜବତ ନିଲାମ କରିଥିଲେ । ଏହି ନିଲାମରେ ନିର୍ମାଲ୍ୟ ପାଢ଼ୀ ଏ ଆର ଆଇ, ତହସିଲଦାର ଅନୁପ କୁମାର ବେହେରା, ମାଇନିଂ ଅଫିସର ସନ୍ତୋଷୀ ପ୍ରଭା ସେଠି, ପୋଲିସ ପ୍ରଶାସନଙ୍କ ଉପସ୍ଥିତରେ ହୋଇଥିଲା । ୧୦ ଜଣ ଏହି ନିଲାମୀରେ ଭାଗ ନେଇଥିଲେ । ଏହା ୪୭ହଜାର ୨୦୦ ଟଙ୍କା ବିନିମୟରେ ନିଲାମ ହୋଇଛି । ଉକ୍ତ ଟଙ୍କା ରାଜ୍ୟ ରାଜ କୋଷରେ ଗଚ୍ଛିତ କରାଯାଇଛି ।

Get real time updates directly on you device, subscribe now.