ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୪ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାନେଇ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହାରି ମଧ୍ୟରେ ଆସନ୍ତା ୨ ତାରିଖରେ ଆଉ ଏକ ଲଘୁଚାପ ସଋଷ୍ଟି ହୋଇପାରେ । ଫଳରେ ଆଗକୁ ମଧ୍ୟରାଜ୍ୟରେ ବର୍ଷା ଲାଗି ରହିବ । ଭାରତୀୟ ପାଣୀପାଗ ବିଭାଗ ଆକଳନ ଅନୁଯାୟୀ ସକ୍ରିୟ ଲଘୁଚାପ ପ୍ରଭାବରେ ଚଳିତ ମାସ ୩୧ ତାରିଖ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି ।
ଶନିବାର ମୟୁରଭଞ୍ଜ, ମାଲକାନଗିର ଓ କୋରାପୁଟର ଗୋଟିଏ ଦୁଇଟି ସ୍ଥାନରେ ଭାରୀ ବର୍ଷା ସମ୍ଭାବନା ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁରରେ କିଛି ସ୍ଥାନରେ ବର୍ଷା ସମ୍ବାବନା ଅଛି । ଶୁକ୍ରବାର ପାଗଳାମୁଣ୍ଡିରେ ୩୧୨ ମଧ୍ୟ, ନବରଙ୍ଗପୁରରେ ୨୩.୬, ଫୁଲବାଣୀରେ ୧୬, ବାଲେଶ୍ୱରରେ ୧୩.୮, କୋରାପୁଟରେ ୧୬ ଓ କେନ୍ଦୁଝରରେ ୬.୬ ମିମି ବର୍ଷା ହୋଇଛି ।